ଖୋଲିଲା ସୀତାରମଣ ଙ୍କ ବ୍ରିଫ୍ କେସ
ଦ୍ୱିତୀୟବାର ପ୍ରଧାମ ମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦୀ ଙ୍କ ସରକାର ରେ ଅର୍ଥମନ୍ତ୍ରୀ ଥିବା ନିର୍ମଳା ସୀତାରମଣ ଆଜି ଲୋକସଭା ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନା କରିଛନ୍ତି । ଦେଶର ସାମଗ୍ରୀକ ବିକାଶ ପାଇଁ କଣ କଣସ ପଦକ୍ଷପ ନିଆଯାଉଛି ଆଗକୁ କଣ ପଦକ୍ଷପ ନେବାର ଅଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ୨୦୧୪ ବିଜେପି ସରକାର ଦେଶର ଅର୍ଥନୀତି ୧.୮୫ ଟ୍ରେଲିୟନ ଡଲାର ରେ ରହିଥିଲା । ୫ ବର୍ଷ ମଧ୍ୟରେ ଏହାର ବୃଦ୍ଧିଘଟି ୨.୭ ଚ୍ରିଲିୟନ ଡଲାରରେ ପହଁଚିଛି । ଆଗାମୀ ୫ ବର୍ଷ ମଧ୍ୟରେ ଦେଶ କୁ ୫ ଟ୍ରିଲିୟନ ଡଲାର ର ଅର୍ଥନୀତି ରେ ପରିଣତ କରିବାକୁ ଭାରତ ଲକ୍ଷ ରଖିଛି । ଭାରତ ବିଶ୍ୱର ୩ୟ ବୃହତମ ଅର୍ଥନୈତିକ କ୍ଷେତ୍ର ହୋଇସାରିଛି । ତା ସହିତ ଦେଶର ୩ କୋଟି ଛୋଟ ଏବଂ ଉଠା ଦୋକାନୀ କୁ ପେନସନ ଦେବାର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ବାର୍ଷିକ ୧.୫ କୋଟି ରୁ କମ କାରବାର କରୁଥିବା ଦୋକାନୀ ମାନଙ୍କୁ ପ୍ରଧାନମନ୍ତ୍ରୀ କର୍ମ ଯୋଗୀ ମାନଧନ ଯୋଜନାରେ ଏହି ପେନସନ ମିଳିବ ।


