ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ
ଭୁବନେଶ୍ୱର: ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେଉଛି । ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ ଖୋଲାଯାଇଥିଲା । ପ୍ରଥମେ ଡ୍ୟାମର ୭ ନମ୍ବର ସ୍ଲୁଇସ ଗେଟକୁ ଖୋଲାଯାଇଥିଲା । ପରବର୍ତ୍ତୀ ସମୟରେ ଆଉ ୬ଟି ଗେଟକୁ ଖୋଲାଯାଇଥିଲା । ଫଳରେ ୭ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିଲା । ତେବେ ବର୍ତ୍ତମାନ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାୟକ୍ରମେ ଆଉ ୩ଟି ଗେଟ ଖୋଲାଯାଇଥିବା ଜଣାଯାଇଛି । ଫଳରେ ଏବେ ମୋଟ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି । ଦିନ ୧୦ଟାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ ଖୋଲିଛି । ପ୍ରତିବର୍ଷ ଗେଟ ଖୋଲାଯିବା ବେଳେ ବହୁ ସଂଖ୍ୟାରେ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥା’ନ୍ତି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ କାହାରିକୁ ସେଠାକୁ ଛଡ଼ାଯାଇନଥିଲା । ହୀରାକୁଦରୁ ଛଡ଼ା ଯାଉଥିବା ବନ୍ୟା ଜଳ ଖଇରମାଳ ଓ ବରମୂଳ ପହଁଚିବା ପାଇଁ ୧୨ରୁ ୧୬ ଘଣ୍ଟା ଲାଗିଥାଏ । ୩୬ରୁ ୪୮ ଘଣ୍ଟା ମଧ୍ୟରେ ଏହା ମୁଣ୍ଡଳୀରେ ପହଁଚିଥାଏ ।