ଖୋଲୁଛି ପ୍ରାର୍ଥୀଙ୍କ ଭାଗ୍ୟ

ଧିରେ ଧିରେ ଇଭିଏମ ବକ୍ସରୁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ନିର୍ବାଚନରେ କିଏ ଜିତିବ କିଏ ହାରିବ ତାହାକୁ ନେଇ ସାଧାରଣ ଜନତା ଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ସମସ୍ତେ ଉକ୍ରଣ୍ଠା ର ସହ ଚାହିଁ ବସିଛନ୍ତି । ଆଜି ସକାଳ ୮ ଟା ଠାରୁ ଗଣତନ୍ତ୍ର ର ମହାପର୍ବର ଭୋଟ ଗଣତି ଆରରମ୍ଭ ହୋଇଛି ।ି । କେଉଁ ଭଳି ପ୍ରାର୍ଥୀ ମାନଙ୍କୁ ଜନତା ଚୟନ କରି ଶାସନ ଗାଦିରେ ବସାଇବେ ତାହା କାଉଣ୍ଟି ପରେ ଧରାପଡିବ । ରାଜ୍ୟରେ ପ୍ରସ୍ତୁତ କରାଯାଇଛି ୬୩ ଟି ଗଣନା କେନ୍ଦ୍ର । କେନ୍ଦ୍ର ସରକାର ଙ୍କ ଗୃହମନ୍ତ୍ରାଳୟ ତରଫରୁ କାଉଣ୍ଟି ସମୟରେ ରାଜନୈତିକ ହିଂସା ସମ୍ଭାବନା ଥିବାର ୁ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଥିବା ିଓଡିଶାର ପୋଲିସ ମହାନିର୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଗଣମାଧ୍ୟମକୁ ସୂଚନଦା ଦେସଇନ୍ତି । ୪ ଟି ରାଜ୍ୟରେ ମତଦାନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଠ ହଜାରରୁ ଉଦ୍ଧ୍ୱର୍ ପ୍ରାର୍ଥୀଙ୍କର ଭାଗ୍ୟ ଇଭିଏମରେ ସିଲ ହୋଇ ରହିଛି । କ୍ରିକେଟ ଖେଳରେ ଯେଉଁପରି କିଏ ହାରିବ କିଏ ଜିତିବ କହିବା ମୁସ୍କିଲ ସେହିପରି ଏହି ରାଜନୈତିକ ମଇଦାନରେ କିଏ ଜିତିବ କିଏ ହାରିବ ତାହା କହିବା ମୁସ୍କିଲ । ବିଭିନ୍ନ ଗଣମାଧ୍ୟମ ତରଫରୁ କରାଯ୭ାଇଥିବା ଏକଜିଟ ପୋଲ ର୍ କରାଯାଇଛି ସତ କିନ୍ତୁ ତାହା ଯେ କେତେ ପ୍ରତିଶତ ସତ୍ୟରେ ପରିଣତ ହେବ ତାହା ଆଉ କେଇ ଘଣ୍ଟା ପରେ ଧରାପଡିବ । ରାଜ୍ୟରେ ମୋଟ ୨୪୬୨ ଟି ଟେବୁଲ ରହିଛି । ସୁରକ୍ଷା ବ୍ୟବସ୍ଥା କୁ କଡା କଡି କରାଯାଇଛି । କାଉଣ୍ଟି ସମୟରେ ଏଜେଣ୍ଟ ମାନେ କୈାଣସି ଇଲୋକଟ୍ରୋନିକ୍ସ ସାମଞ୍ଜସ୍ୟ ନେଇପାରିବେ ନାହିଁ । ଯାହା ନେଇଥିବେ ତାହା ହେଲେ କେନ୍ଦ୍ରକୁ ଗଣନା ସମୟରେ ନେଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ