ଖୋଲୁନି ଧାନମଣ୍ଡି : ଚିନ୍ତାରେ ଚାଷୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏପର୍ଯ୍ୟନ୍ତ ସରକାରୀ ଧାନମଣ୍ଡି ଖୋଲିବା ନଥିବା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କିଛି ଦିନ ପୂର୍ବରୁ ବାତ୍ୟା ଜୱାଦ୍ ଯୋଗୁ ବହୁ ଚାଷ ଜମିରେ ଧାନ ଫସଲ ନଷ୍ଟ ହୋଇଥିଲା । କ୍ଷତିପୂରଣ ପାଇବା ନେଇ ଚାଷୀ ମାନେ ବିଭିନ୍ନ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟରେ ଆବେଦନ କରୁଥିବା ଦେଖାଯାଇଛି । ଏବେ ସୁଦ୍ଧା ବହୁ ଚାଷ ଜମିରେ ପାଣି ଜମି ରହିଛି । ତଥାପି ବାତ୍ୟାରୁ ବର୍ତ୍ତି ଯାଇଥିବା ଫସଲକୁ ଚାଷୀ ମାନେ ଅତି ଯତ୍ନର ସହିତ ଅମଳ କରୁଛନ୍ତି । ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଧାନମଣ୍ଡି ଖୋଲା ଯାଇନାହିଁ । ତୁରନ୍ତ ଧାନ ମଣ୍ଡି ଖୋଲି ଧାନ କିଣିବାକୁ ଚାଷୀ ମହଲରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ