ଖୋଳଖାଳି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମରେ ଅଗଷ୍ଟ ୧୨ ତାରିଖ ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନି ପରିବାରର ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଛି। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖୋଳଖାଳି ଗ୍ରାମର ଏହି ଅଗ୍ନିକାଣ୍ଡରେ ମଶାଣି ସାହିର ଗଦାଧର ଗୌଡ଼, ନାରାୟଣ ଗୌଡ଼ ଓ ଗୁରୁମୁର୍ତ୍ତୀ ସାହୁ ଙ୍କ ଘର ପୋଡିଥିବା ବେଳେ ଗଦାଧର ଗୌଡ଼ଙ୍କ ସର୍ବସ୍ୱ ପୋଡି ପାଉଁଶ ହୋଇଯାଇଥିବା ଓ ବନ୍ଧା ହୋଇଥିବା ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ଘରିଥିବା ବେଳେ ଅନ୍ୟ ଏକ ଗାଈ ବନ୍ଧା ହୋଇଥିବା ପଘା ଛିଡାଇ ଦୌଡ଼ି ପଳେଇ ଯାଇଛି। ଏହି ଅଗ୍ନିକାଣ୍ଡ ଅତ୍ୟନ୍ତ ଭୟାବହ ଥିବା ଯୋଗୁଁ ଗ୍ରାମ ଲୋକେ ନିଆଁ ଲିଭାଇବା ପାଇଁ ଯାଇପାରିନଥିଲେ। ବୁଗୁଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ପାଲ ପ୍ରଦାନ କରିବା ସହ ପଞ୍ଚାୟତ ପକ୍ଷରୁ ରାନ୍ଧଖାଦ୍ୟ ଦେବାର ବ୍ୟବସ୍ଥା କରିଥିଲେ। ଆସନ୍ତା କାଲି ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର ପ୍ରକାଶ କରିଥିଲେ। ସର୍ବସ୍ୱ ପୋଡି ପାଉଁଶ ହୋଇଯାଇଥିବା ଗଦାଧର ଗୌଡ଼ଙ୍କୁ ପୂର୍ବତନ ସମିତି ସଭ୍ୟ ବିବେକାନନ୍ଦ ବାରିକ ନିଜର ଏକ ପାଳ ପ୍ରଦାନ କରିବା ସହ ଏକ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ