ଖୋଳଖାଳି ଚାଷୀମାନଙ୍କ ଧାନ ଫସଲ ବ୍ୟାପକ ଭାବେ କ୍ଷତି

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ ଖୋଳଖାଳି ଗ୍ରାମପଞ୍ଚାୟତର ପାଚିଲା ଧାନ ଜମିରେ ପାଣିମାଡି ଧାନଫସଲ ନଷ୍ଟ ହୋଇଥିବା ବେଳେ ଚାଷୀ କୁଳ ହତାଶ ହୋଇପଡିଛନ୍ତି। ଆଜି ଖୋଳଖାଳି ନିକଟସ୍ଥ ମାଁ ବାଙ୍କେଶ୍ୱରୀ ମନ୍ଦିର ନିକଟରେ ଖୋଳଖାଳି ଗ୍ରାମର କେତକ ଚାଷୀ କ୍ଷତି ପୁରଣ ଦେବା ଦାବିକରି ବହୁ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଚାଷୀମାନଙ୍କର ମୁଖ୍ଯଦାବି ଗୁଡିକ ହେଲା ସରକାରଙ୍କ ପକ୍ଷରୁ ସଠିକ୍ ତଦନ୍ତ କରି କ୍ଷତିପୁରଣ ଦେବା , କୃଷି ଋଣ ସମ୍ପୂର୍ଣ୍ଣ ଛାଡ କରିବା ଓ ବର୍ଷାରେ ଭିଜି ଗମ ହୋଇଥିବା ଧାନକୁ ସୋସାଇଟି ଜରିଆରେ କ୍ରୟ କରିବା ମୁଖ୍ୟ ଦାବି ରହିଥିଲା। ଏହି ବିଷୟ ନେଇ ବୁଗୁଡା ତହସିଲଦାରଙ୍କ ସଂଗ୍ରାମ କେଶରୀ ଜେନାଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେଯେ ବୁଗୁଡା ତହସିଲ ଅନ୍ତର୍ଗତ ସମସ୍ତ ଚାଷୀଙ୍କ ଧାନ ଓ ଅନ୍ୟାନ୍ୟ ଫସଲ ର କ୍ଷୟକ୍ଷତି ଆକଳନ କରିବା ପାଇଁ ରାଜସ୍ୱ ବିଭାଗ ଓ କୃଷି ବିଭାଗ କର୍ମଚାରୀ ଙ୍କୁ ନେଇ ୭ ଟି ଯୁଗ୍ମ ଟିମ ଗଠନ କରାଯାଇଛି। ସେହି ସାତଟି ଟିମ ଦ୍ୱାରା କ୍ଷୟକ୍ଷତିର ଆକଳନ କାର୍ଯ୍ୟ ଚାଲିଥିବା ସମୟରେ ଚାଷୀମାନେ ଟିମ କର୍ମଚାରୀମାନଙ୍କୁ ସହଯୋଗ କରିବାକୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ