ଖ୍ରୀଷ୍ଟକଲେଜରେ ପୁରସ୍କାରବିତରଣ ଓ ବାର୍ଷିକଉତ୍ସବ
କଟକ, (ଯୁଗାବ୍ଦ ନ୍ୟୁଜ):ଖ୍ରୀଷ୍ଟକଲେଜରେ ପୁରସ୍କାରବିତରଣ ଓ ବାର୍ଷିକଉତ୍ସବସହିତବିଭିନ୍ନ ପ୍ରତିଯୋଗୀତା ୪ଦିନ ଧରିମହାସମାରୋହରେ ଅନୁଷ୍ଠିତହୋଇଯାଇଛି ।କଲେଜରବିଭିନ୍ନବିଭାଗ, ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁସେମାନଙ୍କରକାର୍ଯ୍ୟଦକ୍ଷତା ଆଧାରରେ ପରିଚାଳନାସମିତିତରଫରୁ ପୁରସ୍କାରସ୍ୱରୂପ ମାନପତ୍ର, ଟ୍ରଫି ଓ ଅର୍ଥରାଶି ପ୍ରଦାନ କରାଯାଇଛି ।କଲେଜରବାର୍ଷିକଉତ୍ସବରେ ଅଧ୍ୟକ୍ଷାଶ୍ରୀମତୀ ମଧୁମିତା ପାତ୍ରସଭାପତିତ୍ୱକରିବାର୍ଷିକବିବରଣୀ ଉପସ୍ଥାପନା କରିବାସହିତସ୍ୱାଗତଭାଷଣ ପ୍ରଦାନ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରାଧ୍ୟାପକଡଃ ଦୈତ୍ୟାରୀଶୁକ୍ଳ ।ମୁଖ୍ୟଅତିଥି ଉତ୍କଳ ସଂସ୍କୃତିବିଶ୍ୱବିଦ୍ୟାଳୟରକୁଳପତି ପ୍ରଫେସର ପ୍ରସନ କୁମାରସ୍ୱାଇଁକହିଲେ ଯେ ଖ୍ରୀଷ୍ଟକଲେଜରଶିକ୍ଷାଦାନ ପରମ୍ପରାସାରାଓଡିଶା ପାଇଁ ନୂତନ ଦିଗ୍ଦର୍ଶନ ପ୍ରଦାନ କରିଆସିଛି । ସମ୍ମାନୀତ ଅତିଥି ବିଶିଷ୍ଟବ୍ୟଙ୍ଗସାହିତ୍ୟିକଶ୍ରୀଯୁକ୍ତଜ୍ଞାନ ହୋତାସାଂପ୍ରତିକସମାଜବ୍ୟବସ୍ଥାରବିଭିନ୍ନଚିତ୍ର ଓ ଚରିତ୍ରବ୍ୟଙ୍ଗାତ୍ମକଶୈଳୀରେ ପ୍ରକାଶକରିଥିଲେ । ସମ୍ମାନୀତ ଅତିଥି କଲେଜ ପରିଚାଳନାସମିତିରସଭାପତିଶ୍ରୀଯୁକ୍ତ ଅନୁପମ ପାତ୍ର, ସଂପାଦକ ଶ୍ରୀଯୁକ୍ତଶୁଭାଶୀଷସାହୁ ଓ ସଦସ୍ୟସୌମେନ୍ଦ୍ର ଦାସକଲେଜରଗୌରବମୟଐତିହ୍ୟସଂପର୍କରେ ଆଲୋକପାତକରିଥିଲେ ।ଉପାଧ୍ୟକ୍ଷାଡଃକ୍ଷଣପ୍ରଭା ନନ୍ଦ ଧନ୍ୟବାଦ ଅର୍ପଣକରିବା ପରେଶିକ୍ଷାକ୍ଷେତ୍ରରେବିଶେଷକୃତିତ୍ୱ ଅର୍ଜନ କରିଥିବାବିଦ୍ୟାର୍ଥୀମାନଙ୍କୁସ୍ୱର୍ଣ୍ଣପଦକ, ମାନପତ୍ର, ଟ୍ରଫି ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା ।ବିଦ୍ୟାର୍ଥୀମାନଙ୍କମଧ୍ୟରେ ଆୟୋଜିତହୋଇଥିବାସଙ୍ଗୀତ, ନୃତ୍ୟ, ଏକକ ଅଭିନୟ ଓ ବାଦ୍ୟଯନ୍ତ୍ର ପ୍ରତିଯୋଗୀତାରକୃତୀ ପ୍ରତିଯୋଗୀମାନେ ପରିବେଷଣକରିଥିଲେମନୋମୁଗ୍ଧକରସାଂସ୍କୃତିକକାର୍ଯ୍ୟକ୍ରମ ।କାର୍ଯ୍ୟକ୍ରମକୁଉପସ୍ଥାପନ କରିଥିଲେ ଅଧ୍ୟାପିକାଡଃଜିତାରାୟ । ପ୍ରାଧ୍ୟାପକଶୋଭନ ପଣ୍ଡା, ଅଧ୍ୟାପିକା ମଧୁସ୍ମିତା ଯାଚକ, ଡଃସାରଦା ପ୍ରସାଦ କର, ଡଃ ଦିଲ୍ଲୀପ ବରାଳ, ଡଃ ଅଶୋକକୁମାରସାହୁ, ଡଃମୌସୁମୀମହାନ୍ତି ପ୍ରମୁଖକାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ ।