ଖ୍ୟାତନାମା ଡାକ୍ତର ଅଲେଖ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡାର ଖ୍ୟାତନାମା ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସମାରୋହ ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ପୌରପାଳିକା ଟାଉନହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ଡା. ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କେନ୍ଦ୍ରାପଡା ପୌରପରିଷଦ ଅଧ୍ୟକ୍ଷା ସରିତା ସାହୁ, କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରାକ୍ତନ ଏଡିଏମ୍ଓ ଡା. ସଚିଦାନନ୍ଦ ଦାସ, ବିଶିଷ୍ଟ ସାହିତ୍ୟିକ ଡଃ. ସର୍ବେଶ୍ୱର ସେଣ, କେନ୍ଦ୍ରାପଡା କଲେଜ ପ୍ରାକ୍ତନ ଅଧ୍ୟକ୍ଷ ସେକ ସମସୁର, ସାହିତ୍ୟିକା ବାସନ୍ତୀ ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ କବି ତଥା ପୂର୍ବ ତଟ ରେଳପଥର ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସ ମୁଖ୍ୟବକ୍ତା ଭାବେ ଓ ଅଧ୍ୟାପକ ଅଜୟ କୁମାର ରାଉତ ସମ୍ମାନୀତ ବକ୍ତା ଭାବେ ଯୋଗ ଦେଇଥିଲେ । ଅତିଥିମାନେ ଡା. ଦାସଙ୍କ ସମର୍ପିତ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ । ଏହି ଉପଲକ୍ଷେ ସ୍ୱର୍ଗତ ଡା. ଦାସଙ୍କ ସ୍ମୃତିରେ ପ୍ରଶାସକ ଅଶୋକ କୁମାର ବେହେରାଙ୍କୁ ଡା. ଅଲେଖ ଦାସ ସେବା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ତାଙ୍କ ଉଦେଶ୍ୟରେ “ଅଲେଖାୟନ” ନାମକ ଏକ ସ୍ମୃତି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ସମାରୋହରେ ସଂସଦ ସମ୍ପାଦକ ସୁଶୀଲ ସାମଲ, ସାମ୍ବାଦିକ ପରିକ୍ଷିତ ପାତ୍ର ଓ ସଚ୍ଚିକାନ୍ତ ନାଥ, ଅବନ୍ତୀ ବେହେରା, ମନୋରଞ୍ଜନ ମେକାପ, ଭାଗିରଥୀ ଜେନା, ଗୋପାଳ ମାହାଲିକ, ମହମ୍ମଦ ଆକବର ଅଲ୍ଲୀ, ଶ୍ରୀକାନ୍ତ ନାୟକ, ଅଜୟ ସାମଲ, ଗୋପାଳକୃଷ୍ଣ ଜେନା, ରୋଟାରିଆନ ପିତାମ୍ବର ଦାସ, କବି ସୁବାଷ ପାତ୍ର, ବଳରାମ ଦାସ, ବ୍ରଜସୁନ୍ଦର ଦାସ, ରତ୍ନାକର ରାଉତ, ରମାକାନ୍ତ ଦାସ, ମୁକ୍ତାର ଖାଁ, ପ୍ରଫୁଲ୍ଲ କୁମାର ଦାସ, ମମତା ବେହେରା ପ୍ରମୁଖ ଯୋଗଦେଇ ଡା. ଦାସଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କବି ଅଶୋକ ସାହୁ, ସଂଯୋଜକ ଗୋଲଖ ପଡିହାରୀ ସଭା ପରିଚାଳନା କରିଥିଲେ । ଶେଷରେ ମନୋଜ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।