ଖଡ଼ୁପାହିରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ସମାଜସେବୀ ଇଂ. ବିଶ୍ୱନାଥ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ରେମୁଣା ବ୍ଲକ ଅନ୍ତର୍ଗତ ତୁଣ୍ଡୁରା ପଞ୍ଚାୟତର ଖଡ଼ୁପାହି ଉପ୍ରା ବିଦ୍ୟାଳୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିବେକାନନ୍ଦ ଦାସ, କୋଲକାତାରୁ ଡାକ୍ତର କଙ୍କରନାଥ ରାୟ, ବାଲେଶ୍ୱରରୁ ଡାକ୍ତର ମମତା ସାହୁ ପ୍ରମୁଖ ଏହି ଶିବିରରେ ଯୋଗଦେଇ ଲୋକଙ୍କୁ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରିଥିଲେ । ଗୁଡ଼ୁପାହି ସମେତ ଉପକୂଳବର୍ତ୍ତୀ ୫/୭ଖଣ୍ଡ ଗାଁ’ରୁ ଶହଶହ ଲୋକେ ଏହି ଶିବିରରେ ଡାକ୍ତର ଦେଖାଇ ଔଷଧ ନେଇଥିଲେ । ତୁଣ୍ଡୁରା ସରପଞ୍ଚ ଗଙ୍ଗାରାଣୀ ସାହୁ, ସ୍ଥାନୀୟ ୱାର୍ଡ଼ ମେମ୍ବରରାଜକୁମାର ଗିରି, କାର୍ତ୍ତିକ ଚନ୍ଦ୍ର ଦାସ, କମଳାକାନ୍ତ ଓଝା, ସୁକମଳ ଗିରି, ନରେନ୍ଦ୍ର ହାଜରାଙ୍କ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅରୁଣ କୁମାର ଦାସଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି ଶିବିର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କର୍ଣ୍ଣେଲ ସରୋଜ କୁମାର ସାମନ୍ତରାୟଏହି ଶିବିରକୁ ଉଦଘାଟନ କରିଥିବା ବେଳେ କ୍ରୀଡ଼ାବିତ ଦିଲୀପ କୁମାର ଦାସ, ରସାଳପୁର ସରପଞ୍ଚ ହରିପଦ ବେହେରାଅରୂପ କୁମାର ନାୟକ, ମନୋଜ କୁମାର ମହାନ୍ତି, ମାନସ ଦାସ ଜୟକୃଷ୍ଣ ପରିଡ଼ା ପ୍ରମୁଖ ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ