ଗଂଗଦାହାଟରେ ଥିବା ପାଇପି ଦୋକାନରେ ଅଗ୍ନୀକାଣ୍ଡ ଞ୍ଚଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ନାଉଗାଁ (ଓ୍ବାଇଏନ୍ଏସ୍) : ତହସିଲ ଅଧିନ ଗଂଗଦାହାଟରେ ଥିବା ଏକ ପାଇପି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ସୂଚନା ମୁତାବକ ଲଡ ଡାଉନ ପାଇଁ ଗଂଗଦାହାଟ ଦିନ ୧୧ଟା ପରେ ବନ୍ଦ ରହିଥିଲା । ପ୍ରାୟ ୧୨ଟାରେ ପରେ ଘଡ ଘଡ ସହିତ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ବଜାର ନିକଟରେ ରହୁଥିବା ଲୋକ ଆସି ବାହାରେ ଦେଖିଲା ବେଳକୁ ଉକ୍ତ ଦୋକାନରୁ ଧୁଆଁ ବାହାରୁ ଥିଲା । ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରି ଦୋକାନୀର ମାଲିକ ରିତେଶ ନାୟକକୁ ଖବର ଦେଇଥିଲେ । ଦୋକାନୀ ମାଲିକ ଖବର ପାଇଁ ତୁରନ୍ତ ଦୋକାନର ତାଲା ଖୋଲି ଦେଖିଲା ବେଳକୁ ଦୋକାନରେ ଥିବା ପ୍ଲାଷ୍ଟିକ ସାମଗ୍ରୀ ଜଳୁଛି । ଏହା ଦେଖି ସଙ୍ଗେ ନାଉଗାଁ ଦମକଳ ବାହିନୀକୁ ସୂଚନା ଦେଇଥିଲେ । କିନ୍ତୁ ସ୍ଥାନୀୟ ଯୁବକଙ୍କ ସହାୟତାରେ ନିଆଁକୁ ଆୟତ କରାଯାଇଥିଲେ ମଧ୍ୟ ନାଉଗାଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲାଗିଥିବା ସାମଗ୍ରୀକୁ ପାଣି ପକାଇ ସମ୍ପୂର୍ଣ୍ଣ ଆୟତ କରିଥିବା ଜଣାଯାଇଛି । ଉକ୍ତ ଦୋକାନରେ ବଜ୍ରପାତ ଯୋଗୁଁ ନିଆଁ ଲାଗିଥାଇପାରେ ଅନୁମାନ କରାଯାଉଛି । ଏସଂର୍ପକରେ ନାଉଗାଁ ଦମକଳ ବାହିନୀର ଅଧିକାରୀ ମୋହନ କୁମାର ଦଳାଇଙ୍କୁ ପଚାରିବାରୁ ଉକ୍ତ ଦୋକାନରେ ପାଖାପାଖି ଲକ୍ଷ ଟଙ୍କା ଭିତରେ ସାମଗ୍ରୀ ପୋଡି ଯାଇଥିବା ଅନୁମାନ କରାଯାଉଛି । କିନ୍ତୁ ନିଆଁର କାରଣ ଅସ୍ପଷ୍ଟ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ