ଗଂଗଦାହାଟରେ ମାଛ ପାଇଁ ସାମାଜିକ ଦୁରତ୍ୱକୁ ଫୁ

ନାଉଗାଁ (ଓ୍ବାଇଏନ୍ଏସ୍) : କରୋନା ସଂକ୍ରମଣ ଜନିତ ରୋଗ ପାଇଁ ସାମାଜିକ ଦୁରତ୍ୱ ହେଉଛି ଅନ୍ୟତମ ଔଷଧ । ଏହି ନିୟମକୁ ମାନିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେବା ସହିତ ସରକାରଙ୍କ ପକ୍ଷରୁ ନିୟମ ଜାରୀ କରାଯାଇଛି । କିନ୍ତୁ ଏହି ନିୟମକୁ ସାଧାରଣ ଲୋକ ହାଟ ବଜାରରେ ମାନୁ ନଥିବା ବେଳେ ପ୍ରଶାସନ ପକ୍ଷରୁ ସଠିକ ତଦାରଖ କରାଯାଉ ନଥିବା ଦେଖିବାକୁ ମିଳୁଛି । ଏହିଭଳି ଅଭାବନୀୟ ଦୃଶ୍ୟ ବୁଧବାର ନାଉଗାଁ ବ୍ଲକ ଗଂଗଦାହାଟରେ ଦେଖିବାକୁ ମିଳିଥିଲା । ଆଜି ମାଛ ଖାଇବାର ଦିନ ହୋଇଥିବାରୁ ସ୍ଥାନୀୟ ଅଂଚଳର ଜୈନିକ ବ୍ୟକ୍ତି ନିଜ ପୋଖରୀ ଚାଷ କରିଥିବା ମାଛକୁ ବିକ୍ରୟ ପାଇଁ ଆଣି ଗଂଗଦାହାଟକୁ ଆଣିଥିଲେ । ଉକ୍ତ ହାଟର ମଝି ପାଶ୍ୱରେ ଥିବା ଏକ ବନ୍ଦ ଥିବା ସାଇକେଲ ଦୋକାନ ଚଟାଣ ଉପରେ କୁଇଟାଲର ଉର୍ଦ୍ଧ ମାଛକୁ ବିକ୍ରୟ ପାଇଁ ଗଦା କରିଥିଲେ । କିନ୍ତୁ ମାଛ ବିକୁଥିବା ବ୍ୟକ୍ତିଙ୍କ ପକ୍ଷରୁ ଗ୍ରାହକମାନେ କିପରି ସାମାଜିକ ଦୁରତ୍ୱ ରକ୍ଷା କରି ସୁବିଧାରେ ମାଛ କିଣି ପାରିବେ ସେଥିପ୍ରତି କୌଣସି ବ୍ୟବସ୍ଥା କରାଯାଇନଥିଲା । ଫଳରେ ଉକ୍ତ ମାଛ ଦୋକାନ ସମ୍ମୁଖରେ ଗ୍ରାହକମାନଙ୍କର ପ୍ରବଳ ଭିଡ ଜମି ରହିଥିବା ଦେଖିବାକୁ ମିଳିଥିଲା । ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପ୍ରତ୍ୟେହ ସକାଳୁ ଗଂଗଦାହାଟରେ ପ୍ରାଟ୍ରୋଲିଂ କରିବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ