ଗଂଜାମରେ କେନ୍ଦ୍ରୀୟ ଟିମ୍

ଛତ୍ରପୁର,: ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ କିଭଳି ପରିଚାଳିତ ହେଉଅଛି । ଏହି ଯୋଜାନା ଗୁଡିକ ଗ୍ରାମାଞ୍ଚଳର ବିକାଶ ନିମନ୍ତେ ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତଦାରଖ ନିମନ୍ତେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମନ୍ତ୍ରାଳୟର ପଞ୍ଚମ ସାଧାରଣ ସମୀକ୍ଷା ମିସନ୍ (ସିଆର୍‌ଏମ୍‌)ର ଗିରିରାଜ୍ ପି.ଗୁପ୍ତା ଓ ଏନ୍‌.ଆର୍ .ଭାନୁମୂର୍ତ୍ତୀ (୨ ଜଣିଆ )ପ୍ରତିନିଧି ଦଳ ଗଂଜାମ ଜିଲ୍ଲାକୁ ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳ ଗୁରୁବାର ଠାରୁ ଶନିବାର ତିନିଦିନ ଧରି ଜିଲ୍ଲାର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ପ୍ରଥମ ଦିନରେ ଏହି ପ୍ରତିନିଧି ଛତ୍ରପୁର ବ୍ଲକ ନୂଆଁପଲ୍ଲୀ ଗ୍ରାମକୁ ଗସ୍ତ କରି ସେଠାରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ ଦ୍ୱାରା ଗୋଲାପ ଓ ଜାର୍ବେରା ଫୁଲଚାଷ କାର୍ଯ୍ୟକୁ ତଦାରଖ କରିଥିଲେ । ସ୍ଥାନୀୟ ରେଳଷ୍ଟେସନ ନିକଟରେ ଥିବା ଜିଲ୍ଲା ସାଧାନ କେନ୍ଦ୍ରରେ ଚାଲିଥିବା ଦୀନଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ବେକାର ଯୁବକ ଓ ଯୁବତୀମାନଙ୍କୁ ଦକ୍ଷତା ବିକାଶ ନିମନ୍ତେ ତାଲିମ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ଏହାପରେ ଚମାଖଣ୍ଡି ପଞ୍ଚାୟତର ଗାଁ କୃଷି ସେବା କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ମା’ଗଙ୍ଗେଇଶୁଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏକ ଟ୍ରାକ୍ଟର କିଣିଥିବା ଦେଖି ପ୍ରତିନିଧି ଦଳ ବହୁ ପ୍ରଶଂସା କରିଥିଲେ । ପରେ ଚମାଖଣ୍ଡି ପଞ୍ଚାୟତର ଶ୍ରୀ ମହାଲକ୍ଷ୍ମୀ ମହାସଂଘ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ କାର୍ଯ୍ୟାଳୟରେ ପ୍ରତିନିଧି ଦଳ ସମୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବୀ ନାରାୟଣ ତ୍ରିପାଠୀ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଜୀବିକା ମିସନ୍‌ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ନଳିନୀକାନ୍ତ ମିଶ୍ର, ଜିଲ୍ଲା ସଂଯୋଜକ ନବୀନ ସେନାପତି, ବ୍ଲକ ସଂଯୋଜିକା ମାନିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ