ଗଂଜାମରେ ଥମିବାରେ ନାମ ନେଉନି ସାମାଜିକ ବାସନ୍ଦ ଘଟଣା : ଏବେ ପୁଣି ୧୭ ଜଣ ପରିବାରକୁ ଗ୍ରାମରୁ ବାସନ୍ଦ ଅଭିଯୋଗ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଂଜାମରେ ଏବେ ଦୈନିକ ସାମାଜିକ ବାସନ୍ଦ ଘଟଣାର ଅଭିଯୋଗ ଆସୁଛି । ଏହି ଶିକ୍ଷିତ ସାମାଜରେ କୁସଂସ୍କାର ସାମାଜିକ ବାସନ୍ଦ ଘଟଣା ଏହି ଦୁନିଆଁରୁ ଲିଭିବାରେ ନାମ ଥାପୁନି । ଏହିଭଳି ଆଉ ଏକ ଘଟଣା ଗଞ୍ଜାମ ଜିଲା ଗଞ୍ଜମ ବ୍ଲକର ବଡକାଇଁଚପୁର ଗ୍ରାମରୁ ଅଭିଯୋଗ ଆସିଛି । ବଡ କାଇଁଚପୁର ଗ୍ରାମର ୧୭ଟି ପରିବାର କୁ ଗ୍ରାମରୁ ଦୀର୍ଘ ୬ ବର୍ଷ ହେଲା ବାସନ୍ଦ କରାଯାଇଛି । ଶେଷରେ ସେମାନେ ଆଜି ନ୍ୟାୟ ପାଇଁ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମର କୋଠ ଟଙ୍କା ହିସାବ ମାଗିବାରୁ ସେମାନଙ୍କୁ ଏହି ଦସା ଭୋଗିବାକୁ ପଡୁଛି ବୋଲି ୧୭ଟି ପରିବାର ବର୍ଗ କହିଛନ୍ତି । ଏପରିକି ସେମାନଙ୍କୁ କୈାଣସି ଶୁଦ୍ଧିକ୍ରିିୟା,ବାହାଘର ଭଳି କାର୍ଯ୍ୟକ୍ରମରେ ସାମିଲ କରାଯାଉନାହିଁ । ଏନେଇ ଗଞ୍ଜାମ ଥାନାରେ ବହୁବାର ଅଭିଯୋଗ କରିଆସୁଥିଲେ ବି ଏହାର କୈାଣସି ସମାଧାନ ହୋଇନାହିଁ ପରିବାରବର୍ଗ ବୋଲି ଏସପିଙ୍କୁ କହିଥିଲେ । କୈବର୍ତ୍ତକୁଳ ସମାଜ ପୂର୍ବରୁ ୪୦ ଜଣକୁ ବାସନ୍ଦ କରିଥିଲା । ପରେ କିଛି ପରିବାର ଜୋରିମାନା ଦେଇ ସେମାନେ ସମାଜରେ ମିଶିଥିଲେ । ଆଉ ୧୭ ପରିବାର ଜୋରିମାନା ଟଙ୍କା ଦେଇ ପାରୁନଥିବାରୁ ସେମାନେ ଦୀର୍ଘ ୬ ବର୍ଷ ହେଲା ଗ୍ରାମରୁ ବାସନ୍ଦ ହୋଇ ରହିଛନ୍ତି ବୋଲି ସେମାନେ କହିଛନ୍ତି । ଏପରିକି ସେମାନଙ୍କ ପରିବାର ସହ କୈାଣସି ବାହାଘର ପ୍ରସ୍ତାବ ଆସିଲେ ସେମାନଙ୍କୁ ମନା କରୁଥିବା ଅଭିଯୋଗ କରିଛନ୍ତି । ୨୦୧୬ ମସିହାରେ ଗ୍ରାମରେ ଅଷ୍ଟପ୍ରହର ଚାଲିଥିବା ବେଳେ ବାସନ୍ଦହୋଇଥିବା ପରିବାର ମାନେ ଗ୍ରାମ କୋଠର ହିସାବ ମାଗିବାରୁ ତାଙ୍କୁ ସଭାପତି ଗ୍ରାମରୁ ସାମାଜିକ ବାସନ୍ଦ କରିଛନ୍ତି ବୋଲି ଏସପିଙ୍କୁ ମିଶିବାକୁ ଆସିଥିବା ୧୭ପରିବାର ର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ଯଦି ଆମକୁ ନ୍ୟାୟ ନମିଳିବ ତେବେ ଆମେ ରାଜରାସ୍ଥାକୁ ଓହ୍ଲାଇବାକୁ ବୋଲି କାହ୍ନୁ ଚରଣ ବେହେରା, ନରେନ୍ଦ୍ର ବେହେରା, ସୁଦାମ ବେହେରା, ନିରଞ୍ଜନ ବେହେରା,ଦଣ୍ଡପାଣି ବେହେରା,ଅନିଲ କୁମାର ବେହେରା,ଶଶୀ ବେହେରା,ପିଙ୍କୁ ବେହେରା ପ୍ରମୁଖ କହିଛନ୍ତି । ଏହି ସାମାଜିକ ବାସନ୍ଦ ଘଟଣାକୁ କୈବର୍ତ୍ତକୁଳ ସମାଜ ର ସଭାପତି ସନାତନ ବେହେରା ଖଣ୍ଡନ କରିଛନ୍ତି । ଯେଉଁ ଅଭିଯୋଗ ଆସିଛି ତାହା ମିଥ୍ୟା ବୋଲି ସେ କହିଛନ୍ତି । ସନାତନ ବେହେରା ବର୍ତମାନ ବିଜେଡିର ୧୫ ନଂ ଜିଲାପରିଷଦ ସଭ୍ୟ । ଗଞ୍ଜାମରେ ଯେଉଁଠି ବି ଏହିଭଳି ସାମାଜିକ ବାସନ୍ଦ ଘଟଣା ଅଭିଯୋଗ ଆସୁଛି ତୁରନ୍ତ ପୁଲିସ ପକ୍ଷରୁ ଏତଲା କରାଯାଉଛି । ଏହି କାଇଁଚପୁର ଘଟଣାରେ ଥାନା ଅଧିକାରୀଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ କହିଛନ୍ତି । ଗ୍ରାମରେ ସରପଂଚ,କମିଟି,ପୁଲିସ ଏବଂ ବାସନ୍ଦ ପରିବାରକୁ ନେଇ ଏକ ଆଲୋଚନା ବୈଠକ କରାଯିବ ବୋଲି କହିଥିଲେ । ଗଞ୍ଜାମରେ ଏବେ ସାମାଜିକ ବାସନ୍ଦ ନିତୀଦିନିଆ ଘଟଣା, ଲୋକଙ୍କୁ ସଚେତନତା ଅଭାବ ସମେତ ପୁଲିସର ଦୃଢକାର୍ଯ୍ୟାନୁଷ୍ଠାନ ବିଳମ୍ବ ହେତୁ ଏବଂ ନ୍ୟାୟ ନମିଳିବାରୁ କିଛି ଦିନ ତଳେ ଗଞ୍ଜାମ ବୋରିଗାଁର ବାଦଲ ସାହୁ ଗଞ୍ଜାମ ଏସପି ଅଫିସ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିଲେ । ସେହିପରି ରାଉଳିବନ୍ଧର ପୁରୁଷୋତମ ରେଡି ,ବାହାଡିପଲ୍ଲୀରେ ସମିତିସଭ୍ୟା ମାମି ଦାସ, କାର୍ତିକଢିଅର ଡି.ନିରଞ୍ଜନ ରେଡ୍ଡିଙ୍କୁ ପୋଲସରାରେ ଦୁଇ ସେନାକର୍ମଚାରୀଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ ଭଳି ଘଟଣା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ