ଗଂଜାମରେ ପୁଣୀ ଏକ ଡେଙ୍ଗୁ ରୋଗୀ ଚିହ୍ନଟ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ୍) : ଆନ୍ଦ୍ର ଓଡିଶା ସୀମାନ୍ତ ବର୍ତ୍ତୀ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଦିବାସୀ ଅଧୁଷିତ ବୁରୁତାଲ ପଂଚାୟତ ଡାବୁଥଳି ଗ୍ରାମର ଜଣେ ମହିଳାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଛି । ମହିଳା ଜଣକ ପରିଚୟ ସାରଙ୍ଗ ଶବରଙ୍କ ପତ୍ନୀ ସୁନିତା ଶବର (୨୫) ବୋଲି ଜଣାପଡିଛି । ଗତ ୧୫ ଦିନ ଧରି ଜ୍ୱରରେ ପିଡିତ ହୋଇ ନିକଟସ୍ଥ ମେଡିକାଲରେ ଚିକିସ୍ରିତ ହେଉଥିଲେ । କିନ୍ତୁ ଜ୍ୱରର ମାତ୍ର କମିନଥିବାରୁ ତାଙ୍କୁ ପରିବାର ଲୋକେ ପାଲାସା ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମହିଳାଙ୍କ ରକ୍ତ ପରୀକ୍ଷା କରିବାରୁ ଡେଙ୍ଗୁ ପଜିଟିଭ୍ ବାହାରିଥିବା ଜଣାପଡିଛି । ଏହା ସହ ଗ୍ରାମର ଡାଲିଆ ଶବର , ପାର୍ବତୀ ଶବର, ମାଙ୍କଡି ଶବରଙ୍କ ଦୀର୍ଘ ଦିନ ଧରି ଜ୍ୱରରେ ପିଡିତ ହୋଇଥିବାରୁ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ । ନଚେତ ପରିମଳ ବ୍ୟବସ୍ଥା ଦୁଷିତ ରହିବା ସହ ଅଳିଆ ଆବର୍ଜନା କୁଢ କୁଢ ପରିମାଣର ରହିଥିବାରୁ ଡେଙ୍ଗୁ ମଶା ଦ୍ୱାରା ଡେଙ୍ଗୁ ଜ୍ୱର ମାତ୍ରାଧିକ ବ୍ୟାପିବା ସମ୍ଭାବନା ରହିଛି । ତେଣୁ ପ୍ରଶାସନ ବେଳ ଥାଉ ଥାଉ ସଜାଗ ରହିବା ସହ ଜନ ସଚେତନ ୍କରିବା ଆବଶ୍ୟକ ନଚେତ ଅଂଚଳରେ ଡେଙ୍ଗୁ ସଂଖ୍ୟା ବୃଦ୍ଦି ପାଇବାର ଆଶଙ୍କା ରହିଛି । ତେଣୁ ପ୍ରଶାସନ ତରଫରୁ ସତର୍କ ରହିବା ସହ ଜନ ସଚେତନତା କାର୍ଯ୍ୟକ୍ରମ କରିବା ଆବଶ୍ୟକ ।