ଗଂଜାମ ଏନଏସିର ପୂର୍ବତନ ଅଧ୍ୟକ୍ଷଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ଏନଏସିର ପୁର୍ବତନ ଅଧକ୍ଷ ତଥା ବିଶିଷ୍ଟ କମ୍ୟୁନିଷ୍ଟ ଓ ଶ୍ରମିକ ନେତା ସ୍ୱର୍ଗତ ବୃନ୍ଦାବନ ପଲାଇ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ପୁଇଁତୋଳା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ଆଇନଜୀବି କୈଳାସ ଚନ୍ଦ୍ର ପଲାଇ ଙ୍କ ପୋୖରହିତରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ଏନ.ନାରାୟଣ ରେଡି,ସି ପି ଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର,ସି ପି ଏମ୍ ନେତା ହରିକୃଷ୍ଣ ରେଡି,ବରିଷ୍ଟ ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡା, ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦ ଉପଦେଷ୍ଟା ଇଂ ଵିନୋଦ କୁମାର ପାଢୀ, ସଭାପତି ଲିଙ୍ଗରାଜ ପଟ୍ଟନାୟକ, ପୁର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀ ଚରଣ ପାଢ଼ୀ, ଗ୍ରାସୀମ ଇଣ୍ଡୋଷ୍ଟିଜର ଡିଜିଏମ୍ ରବୀନ୍ଦ୍ର କୁମାର ମହାନ୍ତି, ସିପିଆଇ ଜିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାଶ, ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, କାଉନସିଲର ଅରୁଣ କୁମାର ପଣ୍ଡା, ବଡ଼ ବଜାର ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକ,ସି ପି ଆଇ ଗଞ୍ଜାମ ଜୋନ ସେକ୍ରେଟାରୀ ପୂର୍ଣଚନ୍ଦ୍ର ରଥ,ପୁଇଁତୋଳା ବ୍ରାଞ୍ଚ ସେକ୍ରେଟାରୀ ପୂର୍ଣଚନ୍ଦ୍ର ପଲାଇ,ବରିଷ୍ଟ ନାଗରିକ ବ୍ରଜ ପାଣିଗ୍ରାହୀ, ସୁଦାମ ଜେନା, ପ୍ରକାଶ ରାଉଳ, ଭଗବାନ ପ୍ରଧାନ, ଗଣେଶ ସାହୁ,ନିରଞ୍ଜନ ତରାଇ, ସୁଶାନ୍ତ ତରାଇ, ପ୍ରମୋଦ ସାହୁ, ଗ୍ରାସୀମ ଇଣ୍ଡୋଷ୍ଟିଜର ଶ୍ରମିକ ସଂଘ ସଭାପତି ସୀମାଞ୍ଚଳ ପଲେଇ, ହରିବିଶ୍ବାଳ, ବିପିନ ବାରିକ, ପ୍ରତାପ ବିଶ୍ୱାଳ, ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଲେଇଙ୍କ ସ୍ମୃତି ଚାରଣ କରିଥିଲେ। ତାଙ୍କର ଏକ ମାତ୍ର ପୁଅ ଭୁପେସ ପଲେଇ ଉପସ୍ଥିତ ଥିବା ବେଳେ ସ୍ୱର୍ଗତବୃନ୍ଦାବନ ପଲାଇ ସୃତି କମିଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ