ଗଂଜାମ ଏସପି ପରିଦର୍ଶନ କଲେ ଆନ୍ତଃଜିଲ୍ଲା ମାର୍ଗ ଚେକ ପୋଷ୍ଟ

ବୁଗୁଡା , (ଅନିଲ ମହାରଣା): ଗଂଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ଜୁଲାଇ ୧୦ ତାରଖରେ ଆନ୍ତଃଜିଲ୍ଲା ମାର୍ଗ ଚେକ ପୋଷ୍ଟ ପରିଦର୍ଶନରେ ବାହାରି ବୁଗୁଡା ଥାନା ଅନ୍ତର୍ଗତ କରସିଙ୍ଗି ଛକ ଠାରେ ନୟାଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ନିର୍ମାଣ ହୋଇଥିବା ଚେକ ପୋଷ୍ଟ ପରିଦର୍ଶନ କରିଥିଲେ। ବାରିକଡ଼ ନିର୍ମାଣ ବ୍ୟବସ୍ଥା ଦେଖି ସନ୍ତୋଷ ପ୍ରକାଶ କରିବା ସହ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଅଯଥା ଯାନବାହନ ଚଳାଚଳ କରୁଥିବା ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏସପି ଶ୍ରୀ ରାଏ ଙ୍କ ପରିଦର୍ଶନ ସମୟରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଓ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଯୁବରାଜ ସ୍ଵାଇଁ ସମେତ ଅଧସ୍ତନ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ