ଗଂଜାମ ଏସ୍ ପିଙ୍କ ଅଚାନକ ପାଟପୁର ଥାନା ପରିଦର୍ଶନ
ଗଂଜାମ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣିରେ ଆଜି ବ୍ଲକ ପରିସରରେ ଅନଷ୍ଠିତ ହୋଇଥିବା ଅବସରରେ ଗଂଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରା ପାଟପୁର ଥାନା ଗ୍ରସ୍ତ କରିଛନ୍ତି ।ପ୍ରଶାସନକୁ ଲୋକାଭିମୁଖି କରିବା ପାଇଁ ଆରମ୍ଭ ହୋଇଛି ମୋ ସରକାର ଯୋଜନା । ପ୍ରଥମ ପର୍ଯ୍ୟାୟରେ ଡାକ୍ତରଖାନା ଓ ପୋଲିସ ଷ୍ଟେସନକୁ ସାମିଲ କରାଯାଇଛି । ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏସ ୍ ପି ଓ ଜିଲ୍ଳାପାଳ ମାନଙ୍କୁ ଦାଇତ୍ୱ ଦେଇଛନ୍ତି ରାଜ୍ୟ ମୁଖିଆ । ଆଉ ଏଥିରେ ସାମିଲ ହୋଇଛନ୍ତି ଗଂଜାମ ଏସ୍ ପି ବ୍ରିଜେଶ କୁମାର ରାୟ । ମଙ୍ଗଳବାର ଅଚାନକ ଗ୍ରସ୍ତ କରିଛନ୍ତି ଗଂଜାମ ଏସ୍ ପି । ଥାନାରେ ପହଞ୍ଚି ଅଭିଯୋଗ କାରୀ ମାନଙ୍କୁ ଉଚିତ ସମ୍ମାନ ଦେବା ସହିତ ସରକାରଙ୍କ ଦ୍ୱାରା ପ୍ରଣିତ ହୋଇଥିବା ମୋ ସରକାର ଯୋଜନାରେ ପୋଲିସର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ରହିଛି । ତେଣୁ ପୋଲିସ ପ୍ରଶାସନ ଏଦିଗରେ ଯଥେଷ୍ଟ ଗୁରୁତ୍ୱଦେବା ଆବଶ୍ୟକ । ଅପରାଧିକ କାର୍ଯ୍ୟକଳାପ ର ଫଲୋଅପ୍ ଅପରାଧ ସମ୍ବନ୍ଧୀୟ ତଥ୍ୟ ମହିଳା ଓ ଶିଶୁ କର୍ମଚାରୀଙ୍କୁ ତାଗିତ କରିଛନ୍ତି । ଏହା ସହ ଥାନା ପରିପାଶ୍ୱର୍କୁ ସରସ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ନିର୍ଦେଶ ଦେଇଛନ୍ତି । ଥାନାଅଧିକାରୀ ଶ୍ରୀ ରମେ କୁମାର ପ୍ରଧାନଙ୍କ ସହ ବିଭାଗୀୟ ତର୍ଜମା କରିବା ସହ କର୍ମ ଉପରେ ଆଲୋକ ବିଷୟରେ ଅବଗତ କରିଛନ୍ତି ।


