ଗଂଜାମ ଜିଲାପାଳ ସାନଖେମୁଣ୍ଡି ଗସ୍ତ: ବିଦ୍ୟାଳୟ ଉନ୍ନତିକରଣ ଓ ଉନ୍ନୟନ ମୂଳକ କାର୍ଯ୍ୟ ତ୍ବରାନ୍ବିତ ପାଇଁ ଗୁରୁତ୍ବରୋପ ସହ ଅନାଥ ଶିଶୁଙ୍କୁ ଭେଟିଲେ ଜିଲ୍ଲାପାଳ
ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ ):ପ୍ରଚଳିତ ଶିକ୍ଷା ନୀତିରେ ଗ୍ରାମାଞ୍ଚଳରେ ଉନ୍ନତମାନର ଶିକ୍ଷା ପରିବେଶ ,ଭିତ୍ତିଭୂମି , ସ୍ମାର୍ଟ ଶ୍ରେଣୀ ଗ୍ରାମାଞ୍ଚଳ ରେ ବିଦ୍ୟାର୍ଥୀ ଙ୍କୁ ଉତ୍ତମ ଶିକ୍ଷା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଇଛି । ମୋ ସରକାର ଯୋଜନାରେ ଗଣଶିକ୍ଷା ବିଭାଗ କୁ ଅନ୍ତର୍ଭୁକ୍ତ କରାଯିବାପରେ ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରଯାଇଛି ।ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାନଖେମୁଣ୍ଡି ବ୍ଳକ ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତର ବିଦ୍ୟାଳୟ ଉନ୍ନତିକରଣ ଓ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ସହ ଅନାଥ ଶିଶୁଙ୍କୁ ଭେଟିଥିବା ଜଣାପଡିଛି । ଜିଲ୍ଲାପାଳ ଟି . ଗୋବିନ୍ଦପୁର ପଞ୍ଚାୟତ ଶ୍ରୀରାମ ନଗର ଆଦର୍ଶ ଗାଇ ଗୁହାଳ ପରିଦର୍ଶନ କରିଥିଲେ । ଛଣମେରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ପୋଡାମାରୀ ଚୈତନ୍ୟ ବିଦ୍ୟାପୀଠ , ରେ ସ୍ମାର୍ଟ ଶ୍ରେଣୀ ବୁଲିଦେଖିଥିଲେ ।ପାଟପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ଚାଲିଥିବା କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିଛନ୍ତି ।ଖଲିଙ୍ଗି ଉଚ୍ଚ ବିଦ୍ୟାଳୟ , କଙ୍କୋରଡା ନେହୁରୁ ବହୁମୁଖୀ ବିଦ୍ୟାଳୟ , ଏସ୍ . ଗୋପାଳପୁର ହାଇସ୍କୁଲ ,ଜଗନ୍ନାଥ ମନ୍ଦିର ର ଉନ୍ନତି ପାଇଁ ଆଲୋଚନା କରିଥିଲେ।ଏବଂ ଚୁଡଙ୍ଗପୁର ହାଇସ୍କୁଲ ପରିଦର୍ଶନ କରି ବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀ ଗୃହ , ଇ – ଲାଇବ୍ରେରୀ , ଆଧୁନିକ ବିଜ୍ଞାନ ପ୍ରୟୋଗ ଗାର , ଶୌଚାଳୟ , ଖେଳପଡିଆ ନିର୍ମାଣ ଶୈଳୀ ଆଦି ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ୟୁଟ୍ୟୁବ ମାଧ୍ୟମରେ ଆଧୁନିକ ପ୍ରଣାଳୀରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବାକୁ ଉପଦେଶ ଦେଇଥିଲେ । ସେହିପରି ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଥିବା ପୋଡାମାରୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ସହ ଆଲୋଚନା , କଂସାମାରୀ ମିଶନ ଶକ୍ତି ଗୃହଏବଂ ରତ୍ନମଣିପୁର ଅଙ୍ଗନୱାଡ଼ି କେନ୍ଦ୍ର , ଏରେଣ୍ଡ୍ରା ଗ୍ରାମ ମିଶନ ଶକ୍ତି ଗୃହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ଫେରିଥିବା ଜଣାପଡିଛି । ଶେଷରେ ଜିଲ୍ଲାପାଳ ପାଟପୁର ବଟେଶ୍ବର ଛକରେ ପହଞ୍ଚି ସ୍ବର୍ଗତ ଉପେନ୍ଦ୍ର ଓ ସବିତାଙ୍କ ବାପାମାଆ ଛେଉଣ୍ଡ ୩ ଶିଶୁଙ୍କ ସହ କଥାବାର୍ତ୍ତା ହେବାପରେ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ ଏବଂ ଜି . ସୋନାଲି ରେଡ୍ଡୀଙ୍କୁ ଅନଲାଇନ ମାଧ୍ୟମରେ ପାଠପଢିବା ପାଇଁ ଏକ ଟାବଲେଟ ମୋବାଇଲ ପ୍ରଦାନ କରିଥିଲେ । ଶେଷରେ ପଞ୍ଚାୟତର ସମସ୍ତ କାର୍ଯ୍ୟର ଉନ୍ନତିକରଣ ଦେଖି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ସମେତ ପଞ୍ଚାୟତ କର୍ମଚାରୀ ମାନଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ବିଡ଼ିଓ ଶ୍ରୀ ନାୟକଙ୍କ ସମେତ ସାନଖେମୁଣ୍ଡି ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା , ଇଂ ଦୀପକ କୁମାର ପଟ୍ଟନାୟକ ଜିପିଟି ଇଂ. ସ୍ବପ୍ନାରାଣୀ ସେଠୀ ,ସରପଞ୍ଚ ନିରାକାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ସ୍ୱାଇଁ, ପୁଡ଼ାମାରି ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବିଶୋଇ, ପାଟପୁର ସରପଞ୍ଚ ଟି . ବାବୁ ସୁବୁଦ୍ଧି , ସମିତି ସଭ୍ୟ ପ୍ରତିନିଧି ପ୍ରଶାନ୍ତ ସ୍ବାଇଁ , ପୋଡାମାରୀ ସରପଞ୍ଚ , ସି ଆର ସି ସି ଶଙ୍କର୍ଷଣ ସେଠୀ , ପ୍ରଧାନ ଶିକ୍ଷକ, ଙ୍କ ସମେତ ବହୁ ଜନ ପ୍ରତିନିଧି ଉପସ୍ଥିତ ରହି ନିଜ ନିଜ ପଞ୍ଚୟତ ର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରିଦର୍ଶନ ବେଳେ ସହଯୋଗ ପ୍ରଦାନ କରିଥିଲେ ।