ଗଂଜାମ ଜିଲ୍ଲାବ୍ୟାଙ୍କ ପରାମର୍ଶଦାତା କମିଟି ବୈଠକ
ଛତ୍ରପୁର,(ଯୁଗାବ୍ଦ ନୁ୍ୟଜ୍) ; ଚାଷୀ କେଉଁ ପରିସ୍ଥିତିରେ ଫସଲ ବୀମା ପାଇବ ଏବଂ କେଉଁ ପରିସ୍ଥିତି ରେ ଫସଲ ବୀମା ପାଇବନାହିଁ ଏହାର ଏକ ପ୍ରଚାର ପତ୍ର କରି ଗଂଜାମ ଜିଲ୍ଲା ସାରା ଚାଷୀଙ୍କୁ ବାଣ୍ଟ । ଚାଷୀଙ୍କୁ ପ୍ରହେଳିକାରେ ରଖନାହିଁ । ଚାଷୀଙ୍କୁ ଭୂଲ ସୂଚନା ଦିଅ ନାହିଁ । ଏହି ପ୍ରଚାର ପତ୍ର ଓଡିଆ ଭାଷା କରି ବାଣ୍ଟିବା ପାଇଁ ସଂପୃକ୍ତ ବୀମା କଂପାନୀ ଓ ଜିଲ୍ଲା କୃଷି ବିଭାଗକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କଡା ନିଦେ୍ର୍ଧଶ ଦେଇଛନ୍ତି । ବୀମା କଂପାନୀ ଗଂଜାମ ଜିଲ୍ଲାରୁ ବୀମା ଅଂଶ ବାବଦ ଜମା କରାଯାଇଥିବା ୧୧୪କୋଟି ଟଙ୍କାର ଯେପରି ଚାଷୀ ସୁଫଳ ପାଇପାରିବେ ତାର ମଧ୍ୟ କୃଷି ବିଭାଗ ସୁବ୍ୟବସ୍ଥା କରୁ । ପ୍ରଶାସନ ଚାଷୀଙ୍କ ହିତ ପାଇଁ ଫସଲ ବୀମାକୁ ପ୍ରୋତ୍ସାହିତ କରୁଛି । କୈାଣସି ବୀମା କଂପାନୀ କୁ ସମୃଦ୍ଧ କରିବା ପାଇଁ ନୁହେଁ । ଏପରି ନାର୍ମିକ ମତବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ । ସ୍ଥାନୀୟ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁÂିତ ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲପାଳ ସ୍ୱୟଂ ସହାୟିକା ଗୋÂୀଙ୍କୁ ସାବାସି ପ୍ରଦାନ କରିଥିଲେ । ୨୦୧୩ ମସିହା ପରେ ପ୍ରାୟ ସବୁ ସ୍ୱୟଂ ସହାୟିକା ଗୋÂୀ ସେମାନଙ୍କ ଋଣ ଶତପ୍ରତିଶତ ପରିଶୋଧ କରିଛନ୍ତିା ସେମାନଙ୍କୁ ସବୁ ବ୍ୟାଙ୍କ ଅଗ୍ରାଧିକାର ଭିତ୍ତିରେ ଋଣ ଦେବାକୁ ଜିଲ୍ଲାପାଳ କହିଥିଲେ । ଗଂଜାମ ରେ ୩୧ପ୍ରକାର ବିଭିନ୍ନ ବ୍ୟାଙ୍କ କାର୍ଯ୍ୟରତ ଅଛନ୍ତି । ସେମାନେ ସମୟଭିତିରେ ସରକାରୀ ରିହାତି ପ୍ରାୟଜିତ ଋଣ ମଂଜୁର କରିବାକୁ ଜିଲ୍ଲାପାଳ କହିଥିଲେ । ଯେଉଁ ଋଣ ମଂଜୁର ହୋଇପାରିବନାହିଁ । ତାକୁ ତୁରନ୍ତ କାରଣ ସହିତ ସଂପୃକ୍ତ ବିଭାଗକୁ ଫେରସ୍ତ କରନ୍ତୁ । ପ୍ରତ୍ୟେକ ଋଣ ଦରଖାସ୍ତ ଉପରେ କାର୍ଯ୍ୟାନୁÂାନ ସମୟଭିତିରେ ହେବ । ଯେଉଁ ସବୁ ଗ୍ରାମ ପଞ୍ଚାୟତରେ ଆଦୋବ୍ୟାଙ୍କ ଶାଖା ନାହିଁ ତାର ଆକଳନ ଶୀଘ୍ର ହେବ । ଅଧିକ ବ୍ୟକ୍ତି ଯେପରି ସରକାରଙ୍କ ପ୍ରଦ୍ଧତ ରିହାତି ଋଣ ପାଇପାରିବେ ତାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଛନ୍ତି । ଛୋଟ ଛୋଟ ହିତାଧିକାରୀଙ୍କ ଋଣକୁ ଅଗ୍ରାଧିକାର ଦିଆଯିବ । କୃଷି ଋଣ ପ୍ରଦାନର ବ୍ୟାଙ୍କ ଶାଖାୱାରୀ ସମୀକ୍ଷା ହେବ । କୃଷି , ଉଦ୍ୟାନ କୃଷି, ଗୋପାଳନ ଏବଂ ମତ୍ସ୍ୟ ଚାଷକୁ ସଂପୂର୍ଣ୍ଣ ଅଗ୍ରାଧିକାର ଦେବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବ୍ୟାଙ୍କ ଅଧିକାରୀ ମାନଙ୍କୁ କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ରବି ନାରାୟଣ ତ୍ରିପାଠୀ, ରିଜର୍ଭ ବ୍ୟାଙ୍କ ଅଧିକାରୀ ନିର୍ମଳ ଚନ୍ଦ୍ର ପଟ୍ଟନାୟକ, ନାର୍ବାଡ ଏଜିଏମ ସୁମନ ସାହୁ, ଆନ୍ଧ୍ରାବ୍ୟାଙ୍କ ଡେପୁଟି ଜେନରାଲ ମ୍ୟାନଜର ଭୂବନେଶ୍ୱର ନାୟକ, ଲିଡ ବ୍ୟାଙ୍କ ମ୍ୟାନଜର ଅଶୋକ କୁମାର ପଣ୍ଡା, କୃଷି ଉପନିଦେ୍ର୍ଧଶକ ମନୋଜ କୁମାର ବେହେରା, ଉଦ୍ୟାନ ଉପନିଦେ୍ର୍ଧଶକ ଦିଗାମ୍ବର ପଣ୍ଡା, ଆରସେଟି ନିଦେ୍ର୍ଧଶକ ଚିନ୍ତାମଣି ଭୂୟାଁ ଙ୍କସମେତ ସମସ୍ତ ବ୍ୟାଙ୍କ ଅଧିକାରୀ ମାନେ ଉପସ୍ଥିତ ଥିଲେ ।