ଗଂଜାମ ଜିଲ୍ଲାରେ ଆରମ୍ଭ ହେଲା ଅକ୍ସିଜେନ ଯାଞ୍ଚ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):କୋଭିଡ ବିରୋଧୀ ଲଢେଇରେ ଗଂଜାମ ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ, ଜିଲ୍ଲାରେ ଆରମ୍ଭ ହେଲା ଅକ୍ସିଜେନ ଯାଞ୍ଚ ଅଭିଯାନ ଗଞ୍ଜାମ ଜିଲ୍ଲାରେ କୋଭିଡ-୧୯ ସଂକ୍ରମଣ ଯଥେଷ୍ଟ ହ୍ରାସ ଓ ପରିସ୍ଥିତିରେ ଉନ୍ନତି ହୋଇଥିଲେ ମଧ୍ୟ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହିଁ ଗଞ୍ଜାମ ଜିଲ୍ଲା ପ୍ରଶାସନ । କୋରୋନା ବିରୋଧୀ ଲଢେଇରେ ଆଉ ଏକ ପଦକ୍ଷେନ ନେଇଛି ଜିଲ୍ଲା ପ୍ରଶାସନ । ଆଜିଠାରୁ ଜିଲ୍ଲାର ସବୁ ବ୍ଲକ, ବିଜ୍ଞପିତ ଅଂଚଳ ପରିଷଦ ଓ ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ଅଞ୍ଚଳରେ ଲୋକଙ୍କ ଅକ୍ସିଜେନ୍ ଯାଞ୍ଚ ଆରମ୍ଭ ହୋଇଛି । କୋରୋନା ପଜିଟିଭ ଚିହ୍ନଟ କରିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଜିଲ୍ଲା ପ୍ରଶାସନ କହିଛି । ଘର ଘର ବୁଲି କୋରୋନା ଯୋଦ୍ଧାମାନେ ଅକ୍ସିଜେନ୍ ଯାଞ୍ଚ ଆରମ୍ଭ କରିଛନ୍ତି । ଅକ୍ସିଜେନ୍ ଯାଞ୍ଚ ବେଳେ ବରିଷ୍ଠ ନାଗରିକ ଓ ଗର୍ଭବତୀ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ ।