ଗଂଜାମ ଜିଲ୍ଲାରେ କରୋନା ହାରିବ ଆମେ ଜିତିବା:ଜିଲ୍ଲାପାଳଙ୍କ ଦୃଢୋକ୍ତି

ଛତ୍ରପୁର,(ଦେବଦତ୍ତ ମହାରଣା): ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଉଛି । ହେଲେ ଏହାକୁ ଅଣଦେଖା ନକରି ସମସ୍ତେ ସଚେତନ ରହିବା ଉଚିତ ବୋଲି ଗୁରୁବାର ପୂର୍ବାହ୍ନରେ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ କରୋନା ସ୍ଥିତି ସମୀକ୍ଷା ର ସ୍ୱତନ୍ତ୍ର ବୈଠକରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଗଂଜାମ ଜିଲ୍ଲାରେ କରୋନା ହାରିବ ଆମେ ଜିତିବା ବୋଲି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଗଂଜାମ ଜିଲ୍ଲାପାଳ । ଏହି ସମୀକ୍ଷା ବୈଠକରେ ଛତ୍ରପୁର ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ଅଧିକାରୀ ଏବଂ କୋଭିଡ ମନିଟର ମାନେ ଉପସ୍ଥିତ ରହି କରୋନା ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ଏହାସହ କରୋନା ପରିସ୍ଥିତି ସାମ୍ପ୍ରତିକ ସମସ୍ୟା ଏବଂ ନିଜ ନିଜ ପଞ୍ଚାୟତରେ ଏହି ମହାମାରୀ କୁ କିଭଳି ନିପାତ କରିହେବ ସେ ସମ୍ପର୍କରେ ଜିଲ୍ଲାପାଳ ସେମାନଙ୍କୁ ଅବଗତ କରାଇଥିଲେ । ସେଥିପାଇଁ କରୋନା ବିରୋଧରେ କ୍ରମାଗତ ଲଢେଇ ଜାରୀ ରଖିବାକୁ ହେବ । ଲୋକଙ୍କୁ ବାରମ୍ବାର ସଚେତନ କରାଇବାକୁ ହେବ । ଯଦି ଲୋକେ ସଚେତନ ହୋଇଗଲେ ତେବେ କରୋନା ପରାସ୍ତ ହେଲା ବୋଲି ବୁଝିବାକୁ ପଡିବ । କରୋନା ଏବେ ଜିଲ୍ଲାରେ ଜାଗ୍ରତ ଅବସ୍ଥାରେ ଅଛି । ଲୋକେ ଯଦି ଅମାନିଆ ହେବେ ତାହେଲେ କରୋନା ତାର ପଞ୍ଜା ମେଲିବ । ସେଥିପାଇଁ ଆମକୁ ସତର୍କ ରହିବାକୁ ପଡିବ । କରୋନା ସମ୍ପର୍କିତ କୈାଣସି ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ଡାକ୍ତର ପାଖକୁ ନେବାକୁ ପଡିବ । ଏଦିଗରେ କୋଭିଡ ମନିଟର ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାସହିତ ସମସ୍ତ ପଞ୍ଚାୟତ ପ୍ରତିନିଧିମାନେ ଦୀର୍ଘ ୬ମାସ ଧରି ଲୋକଙ୍କ ସୁରକ୍ଷା ନିମନ୍ତେ ନିଜ ନିଜ ପଞ୍ଚାୟତରେ ସଠିକ୍ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏବେ କରୋନା ହ୍ରାସ ପାଇଛି । ଏଥି ନିମନ୍ତେ ରାଜ୍ୟ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପୂର୍ବରୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ । ମୁଁ ମଧ୍ୟ ଆଜି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆପଣଙ୍କ ସହଯୋଗରେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି ବୋଲି ଜିଲ୍ଲାପାଳ କହିଥିଲେ । ଲୋକଙ୍କ ସୁରକ୍ଷା ଦୃଷ୍ଟି ରଖି ସଚେତନା ଏବଂ କୋଭିଡ ନୀୟମବଳୀ ମାନିଚଳିବା ନିମନ୍ତେ ପଞ୍ଚାୟତ ସ୍ତରରେ ଏହି ବାର୍ତ୍ତାକୁ ବ୍ୟାପକ ଭାବରେ ସଚେତନତା କରିବାକୁ ପଡିବ । ପଞ୍ଚସୂତ୍ରୀ ନୀୟମ ପାଳନ କରୁନଥିବା ଦୋକାନୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁ ଦୋକାନୀ ଏହି ନୀୟମକୁ ପାଳନ ନକରିବ ସେହି ଦୋକାନକୁ କେହିଁ କିଣିବାକୁ ନି ଯିବା ନିମନ୍ତେ ଜିଲ୍ଲାପାଳ କହିଥିଲେ । ପୁଣି ଗାଁକୁ ଗାଁକୁ ବୁଲି ଅଙ୍ଗନବାଡି କର୍ମୀ ଏବଂ ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କ ସହ ଟିମ୍ ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବେ । ଜିଲ୍ଲାରେ କୋଭିଡ ସାଥୀଙ୍କୁ ତାଲିମ ପ୍ରଦାନ କରାଯିବ । ଗୋଟିଏ ସ୍ୱୟଂ ସହାୟିକ ମହିଳା ଗୋଷ୍ଠୀରୁ ଜଣେ ଲେଖାଁଏ କୋଭିଡ ସାଥୀ ଚୟନ କରାଯିବ । ସେମାନେ ମହିଳା ଗୋଷ୍ଠୀ ମାନଙ୍କୁ ପରିବାର ଉପରେ ନଜର ରଖିବେ । ଯେଊଁ ମାନଙ୍କ ଲକ୍ଷଣ ଦେଖାଯିବ ସେମାନେ ତୁରନ୍ତ ଉପରସ୍ଥ ଅଧିକାରୀ ମାନଙ୍କୁ ସୂଚନା ଦେବେ । ଯାହାଫଳରେ ମହିଳା ମାନଙ୍କ ଅଧିକ ସୁରକ୍ଷା ହୋଇପାରିବ । ଏହାସହିର ଏହି କୋଭିଡ ସାଥୀ ମାନେ ସାମାଜିକ ଦୂରତା ଏବଂ କୋଭିଡ ନିୟମ ଉପରେ ଫୋକସ ରଖିବେ । ଜିଲ୍ଲାରେ ୩୦ହଜାର ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ସକ୍ରୀୟ ଅଛନ୍ତି । ୩୦ହଜାର କୋଭିଡ ସାଥୀ ଚୟନ କରାଯାଇ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ । ଯାହାଫଳରେ ୩ଲକ୍ଷ ରୁ ଉର୍ଦ୍ଧ୍ୱ ପରିବାର ନଜର ନୀୟନ୍ତ୍ୱଣଧୀନରେ ରହିବ ।
ଜିଲ୍ଲାର ଚାଷୀଙ୍କ ନିକଟରେ କିପରି ସହଜ ରେ ସାର ପହଞ୍ଚି ପାରିବ ଏବଂ ଚାଷୀ ସଠିକ୍ ଭାବେ ପାଇପାରିବେ ସେଥି ନିମନ୍ତେ ତହସିଲଦାର ମାନେ ନଜର ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତିା ଏହି ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଛତ୍ରପୁର ଉପଜିଲ୍ଲାପଳ ପ୍ରିୟ ରଂଜନ ପୃଷ୍ଟି , ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ, ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍‌.ଗଣେଶ ବାବୁ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସନ୍ତୋଷିନି ସେଠୀ, ଜିଲ୍ଲାପରିଷଦ ସଭ୍ୟ ଏସ.କିଶୋର ରେଡ୍ଡୀ ଓ ପ୍ରମୋଦ କୁମାର ପ୍ରଧାନଙ୍କ ସମେତ ଛତ୍ରପୁର ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧି ଏବଂ କୋଭିଡ ମନିଟର ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ