ଗଂଜାମ ଜିଲ୍ଲାର ତିନି ଗ୍ରାମ ପଞ୍ଚାୟତକୁ ମିଳିଲା ଜାତୀୟ ଆୱାର୍ଡଜିଲ୍ଲାପାଳ ଓ ଡିଆରଡିଏ ପିଡି ଶୁଭେଚ୍ଛା ଜଣାଇଲେ

ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଂଜାମ ଜିଲ୍ଲା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା । ଏହି ଜିଲ୍ଲାରୁ ଆରମ୍ଭ ହେଉଛି ସରକାରଙ୍କ ବିଭିନ୍ନ ଯୋଜନା । ଗଂଜାମ ଜିଲ୍ଲାପ୍ରଶାସନ ସବୁ ବେଳେ କିଛି ନା କିଛି ଜିଲ୍ଲାବାସୀଙ୍କ ହିତ ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାରେ ରହିଆସୁଛନ୍ତି । ସେହିପରି କରୋନା ଭୂତାଣୁରୁ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ଆଗୁଆ କାର୍ଯ୍ୟକରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାର ପାତ୍ର ହେବା ସହ ଅନ୍ୟ ଜିଲ୍ଲାକୁ ଉଦାହରଣ ସାଜିଛନ୍ତି । ଆଜି ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ଜିଲ୍ଲାର ତିନୋଟି ପଞ୍ଚାୟତକୁ ଭିନ୍ନ ଭିନ୍ନ ବିଭାଗ ପାଇଁ ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି । ଓଡିଶାରେ ଶ୍ରେଷ୍ଠ ବିକାଶ ପ୍ଲାନ କରିଥିବା ଯୋଗୁଁ ଗଂଜାମ ଜିଲ୍ଲାର ଗଂଜାମ ବ୍ଲକର କାଇଁଚପୁର ଗ୍ରାମ ପଞ୍ଚାୟତ ପୁରସ୍କୃତ ଘୋଷିତ ହୋଇଛନ୍ତି । ସେହିପରି ଓଡିଶାର ଶ୍ରେଷ୍ଠ ଚାଇଲ୍ଡ ଫ୍ରେଣ୍ଡଲି ପଞ୍ଚାୟତ ବିଭାଗରେ ବେଲଗୁଣ୍ଠା ବ୍ଲକର ବଡବୋରସିଂ ଗ୍ରାମ ପଞ୍ଚାୟତ ଏବଂ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୈାରବ ଗ୍ରାମ ସଭା ପୁରସ୍କାର ସାନଖେମୁଣ୍ଡି ବ୍ଲକ ପୋଡାମାରୀ ଗ୍ରାମ ପଞ୍ଚାୟତକୁ ମିଳିଛି । ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ସୂଚନା ଦେଇଛନ୍ତି । ଏହି ସଫଳତା ପାଇଁ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଟିମ୍ ଓ ସଂପୃକ୍ତ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ସଂପୃକ୍ତ ବ୍ଲକର ବିଡିଓ , ସରପଞ୍ଚ ଓ ଅନ୍ୟମାନଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାନ୍ତ ଶଙ୍କର ସ୍ୱାଇଁ ଟୁଇଟ ଯୋଗେ ଶୁଭେଚ୍ଛା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ