ଗଂଜାମ ଜିଲ୍ଲାସ୍ତରୀୟ ଦୁଇଦିନଆଖେଳକୁଦ ପ୍ରତିଯୋଗିତା ଉଦ୍ଯାପିତ
ଛତ୍ରପୁର:(ଦେବଦତ୍ତ ମହାରଣା) ଗଂଜାମ ଜିଲ୍ଲା କ୍ରୀଡା ସଂଘ ଓ ଛତ୍ରପୁର ଉପଖଣ୍ଡ କ୍ରୀଡା ସଂଘର ମିଳିତି ଆନୁକୂଲ୍ୟରେ ଛତ୍ରପୁର ଷ୍ଟାଡିୟମ୍ ଠାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଯାଇଛି । ପ୍ରତିଯୋଗିତାର ସମସ୍ତ ବର୍ଗରେ ଦଳଗତ ଭାବେ ବ୍ରହ୍ମପୁର କ୍ରିଏଟିଭ ସ୍ପୋଟର୍ସ କ୍ଲବ ବିଜେତା ହୋଇଥିବା ବେଳେ ଛତ୍ରପୁର ସନ୍ରାଇଜର୍ସ ସ୍ପୋଟର୍ସ କ୍ଲବ ଉପବିଜେତା ହୋଇଛି । ସେହିପରି ବ୍ୟକ୍ତିଗତ ଚାମ୍ପିଅନ୍ ଭାବେ ୧୪ ବର୍ଷରୁ କମ୍ ବାଳିକା ବର୍ଗ ବ୍ରହ୍ମପୁର କ୍ରିଏଟିଭ୍ ସ୍ପୋଟର୍ସ କ୍ଲବର ଅକ୍ଷୟରା ପ୍ରଧାନ ଓ ବାଳକ ବର୍ଗ ବ୍ରହ୍ମପୁରର ଆଦିତ୍ୟ ସାମନ୍ତରାୟ, ୧୬ ବର୍ଷରୁ କମ୍ ବାଳକ ବର୍ଗ ଭଞ୍ଜନଗରର ସୁବାସ କୁମାର ମାଝୀ ଓ ବାଳିକା ବର୍ଗରେ ଆଇଆରଇ ଏସିସି ହଷ୍ଟେଲର ଜି.ଆଞ୍ଜଳୀ, ୧୮ ବର୍ଷରୁ କମ୍ ବାଳକ ବର୍ଗରେ କ୍ରିଏଟିଭ ସ୍ପୋଟର୍ସ କ୍ଲବର ଅଂଶୁମାନ ମହାପାତ୍ର ଓ ବାଳିକା ବର୍ଗରେ ବ୍ରହ୍ମପୁରର ଇଶିକା ପ୍ରଧାନ ଏବଂ ପୁରୁଷ ବର୍ଗରେ ବ୍ରହ୍ମପୁରର ରିତୁ ଦାଶ ଓ ମହିଳା ବର୍ଗରେ ମଧୁସ୍ମିତା ବରଡ ଓ ଶୈଳେନ୍ଦ୍ରୀ ବେହେରା ଯୁଗ୍ମ ଭାବେ ଚାମ୍ପିଅନ୍ ହୋଇଥିଲେ । ସେହିପରି ୪୦୦ ମିଟର ରିଲେ ପୁରୁଷ ବର୍ଗରେ ବ୍ରହ୍ମପୁର କ୍ରିଏଟିଭ ସ୍ପୋଟର୍ସ କ୍ଲବ ଏବଂ ମହିଳା ବର୍ଗରେ ଗଞ୍ଜାମ ବକ୍ସିଂ କ୍ଲବ ଚାମ୍ପିଅନ୍ ହୋଇଥିଲେ । ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଡିସ୍କୋସ୍ ଥ୍ରୋରେ ଏସିଆନ୍ ଚାମ୍ପିଅନ୍ସିପ୍ରେ ଅଂଶ ଗ୍ରହଣ କରିଥିବା ରାଜେନ୍ଦ୍ର ସାହୁ ଓ ୧୦୦ ମିଟର ରିଲେରେ ଅଂଶ ଗ୍ରହଣ କରିଥିବା ଟୁକୁ ସେଠୀକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପ୍ରତିଯୋଗିତା ପରିଚାଳନାରେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିବା ସନ୍ତୋଷ କୁମାର ବିଷୋୟୀ, ଡି.ମୋହନ ରାଓ ଏବଂ ସୁଦର୍ଶନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ଧ୍ୟା ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ବରିଷ୍ଠ ବିଜେଡି ନେତା କିଶୋର ପଲେଇ, ସମାଜସେବୀ ସୁଧୀର ପଟ୍ଟନାୟକ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଗଞ୍ଜାମ ଜିଲ୍ଲା କ୍ରୀଡା ସଂଘର ସଭାପତି ଏନ୍.ସି.ପାଢୀ, ସାଧାରଣ ସଂପାଦକ ଅଶୋକ କୁମାର ସାହୁ, ଜିଲ୍ଲା କ୍ରୀଡା ସଂଘର ଉପସଭାପତି ତଥା ଛତ୍ରପୁର ଉପଖଣ୍ଡ କ୍ରୀଡା ସଂଘର କାର୍ଯ୍ୟକାରୀ ସଭାପତି ପ୍ରଫୁଲ କୁମାର ପଟ୍ଟନାୟକ, ସହ ସଂପାଦକ ସୁରେନ୍ଦ୍ର କୁମାର ପଟ୍ଟନାୟକ, ଉପଖଣ୍ଡ କ୍ରୀଡା ସଂଘର ସାଧାରଣ ସଂପାଦକ ନବୀନ ଚନ୍ଦ୍ର ବେହେରା, ଉପସଭାପତି ସୁବର୍ଣ୍ଣବାଳା ବିଷୋୟୀ ଓ ପୂର୍ଣ୍ଣଚନ୍ଦ୍ର ବେହେରା, କ୍ରୀଡାବିତ୍ ରାଜେନ୍ଦ୍ର କୁମାର ବେହେରା ଓ ଅଜୟ ମହାପାତ୍ର, ଛତ୍ରପୁର କ୍ରୀଡା ସଂଘର ମ୍ୟାନଜର ସରୋଜ କୁମାର ପାଢୀ, ସୁଶାନ୍ତ କୁମାର ନାୟକ, କେ.ରଘୁନାଥ ରେଡ୍ଡୀ, ସୁନିତା ପାତ୍ର, ଡ.ଅନୀତା ମିଶ୍ର ପ୍ରମୁଖ ଯୋଗଦେଇ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗିତାରେ ୧୪ ବର୍ଷ, ୧୬ ଓ ୧୮ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ଏବଂ ପୁରୁଷ ଓ ମହିଳା ୪ ଟି ବର୍ଗରେ ୫୧ ଟି ଦଳ ଅଂଶଗ୍ରହଣ କରିଥିଲେ ।