ଗଂଜାମ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀଙ୍କ ୪ର୍ଥ ବାର୍ଷିକ ସମ୍ମିଳନୀ

ବ୍ରହ୍ମପୁର,(ଅନିଲ କୁମାର): ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଗଂଜାମ ଜିଲ୍ଲା ଶାଖାର ୪ର୍ଥ ବାର୍ଷିକ ସମ୍ମିଳନୀ ସଂଗଠନର ସଭାପତି ଡି.ମୋହନ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସାଧାରଣ ସମ୍ପାଦକ ଗୋକୁଳାନନ୍ଦ ବେହେରା ମୁଖ୍ୟ ଅତିଥୀ ,ଶ୍ରୀମତୀ ସାହୁ ଓ ଜ୍ୟୋତ୍ସ୍ନାମୟୀ ବେହେରା ସମ୍ମାନ ନିୟା ଅତିଥି ଭାବେ ଓ ଜଳନ୍ଧର ବାଘ ଓ ବିଜୁଳି କର୍ମଚାରୀ ସଙ୍ଗଠନର ବର୍ଷିୟାନ ନେତା ପଞ୍ଚାନନ ଜେନା ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ। ଏଥିରେ ବ୍ରହ୍ମପୁର ତଥା ଗଂଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ୪୦୦ ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ସର୍ବପ୍ରଥମେ ସଭାପତି ସମସ୍ତଙ୍କୁ ସ୍ୱାଗତ ଜଣାଇ ଥିଲେ ଓ ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମ୍ପାଦକ ଶଙ୍କର୍ଷଣ ପାତ୍ର ବାର୍ଷିକ ବିବରଣୀ ପାଠ କରି ଥିଲେ ଓ ସଂଗଠନର ୯ ଦଫା ଦାବି ଉପସ୍ଥାପନା କରିଥିଲେ। କୋଷାଧ୍ୟକ୍ଷ୍ୟ ନିରାକାର ସାବତ ଆଦାୟ ଓ ଖର୍ଚ୍ଚର ହିସାବ ଉପସ୍ଥାପନା କରିଥିଲେ।
ମୁଖ୍ୟ ଅତିଥି ଗୋକୁଳାନନ୍ଦ ବେହେରା ନ୍ୟାଯ୍ୟ ଦାବୀ ୯ ଦଫା ଦାବି ପୂରଣ ପାଇଁ ପୂର୍ବତନ ସରକାର ଓ ବର୍ତମାନର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବ୍ଲକ ,ଜିଲ୍ଲା ସ୍ଥରରେ ଏପରିକି ରାଜ୍ୟସ୍ଥରରେ ବହୁବାର ଭୁବବନେଶ୍ୱରରେ ଧାରଣା, ବିକ୍ଷୋଭ ମାନ କରି ଓ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରାଯାଇଛି ବୋଲି କହିଥିଲେ । କିନ୍ତୁ ସରକାର ସଂପୂର୍ଣ୍ଣ ବଧିର ପାଲଟିଛନ୍ତି । ଆସନ୍ତା ତା ୧୨.୦୪.୨୫ ରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ଥରୀୟ ସମ୍ମିଳନୀରେ ଦାବି ପୁରଣ ପାଇଁ କଠୋର ପଦକ୍ଷେପ ନେବାକୁ ପଡିବ। ସମ୍ମାନନିୟା ଅତିଥି ଶ୍ରୀମତୀ ସାହୁ ଓ ଜ୍ୟୋତ୍ସ୍ନାମୟୀ ବେହେରା ବକ୍ତବ୍ୟରଖି ଐକ୍ୟବଦ୍ଧ ଆନ୍ଦୋଳନ ହିଁ ଆମର ସମସ୍ତ ଦାବୀ ପୂରଣପାଇଁ ବାଟ । ଏହିପରି ପଞ୍ଚାନନ ଜେନା, ଜଳନ୍ଧର ବାଘ, ସହସ୍ରନମ ପାଠୀ ବକ୍ତବ୍ୟ ରଖିଥିଲେ।ରଙ୍ଗେଇଲୁଣ୍ଡା ବ୍ଲକ କେ କୃଷ୍ଣ ମୂର୍ତି, ଚିକିଟି ବ୍ଲକର ଗଣେଶ ଚନ୍ଦ୍ର ପଣ୍ଡା, ପାତ୍ରପୁର ବ୍ଲକ ଶଶାଙ୍କ କୁମାର ପ୍ରଧାନ, ବୁଗୁଡା ବ୍ଲକର ମୋଚିରାମ ନାହକ, ସୋରୋଡା ବ୍ଲକର ଲଡୁକିଶୋରେ ଦାସ, ବିଜୟ କୁମାର ବେହେରା ବକ୍ତବ୍ୟ ରଖିଥିଲେ। ଆସନ୍ତା ଦୁଇ ବର୍ଷପାଇଁ ଗଂଜାମ ଜିଲ୍ଲା ଶାଖାର କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ। ସଭାପତି, ଡି.ମୋହନ ରାଓ , ଉପ ସଭାପତି, ଏଏସଏନ ଗୁପ୍ତା, ସମ୍ପାଦକ, ଶଙ୍କର୍ଷଣ ପାତ୍ର, ଯୁଗ୍ମ ସମ୍ପାଦକ, ମହର୍ଷି ସିଂ ସହ ସମ୍ପାଦକ, ଡି.ଗୁରୁମୁର୍ତି ପାତ୍ର
କୋଷଧକ୍ଷ, ନିରାକାର ସାବତ,
ଉପଦେଷ୍ଟା, ସହସ୍ରାନମ ପାଠୀ,
ନିରୀକ୍ଷକ,ଏମ୍.ନରସିଂହା ଓ ସନ୍ତୋଷ କୁମାର ସାହୁ,ଙ୍କୁ ନିର୍ବାଚିତ କରାଯାଇଥିଲା
କାର୍ଯ୍ୟକାରୀ କମିଟିର ୨୫ ଜଣ ସଭ୍ୟ ପୂର୍ବତନ ସଭାପତି କେ.ନନ୍ଦେଷୁ ସେନାପତି ବସନ୍ତ କୁମାର ପାତ୍ର,
ଟି. ଯୋଗେଶ୍ୱର ରାଓ, ସେଫଳି ଦାସ, ଜୟନ୍ତୀଵାଲା ମିଶ୍ର, ଏଚ.ତୁମ୍ବେଶ୍ୱର ରେଡ୍ଡୀ, ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର, ବି .ରଙ୍ଗା ପାତ୍ର,ନିଲଞ୍ଚଳ ମିଶ୍ର, ନବୀନ କୁମାର ମହାପାତ୍ର,କେଶବ ଗୌଡ଼, ଦେବରାଜ କୋଠିଆ, ନାରାୟଣ ପାଣିଗ୍ରାହୀ,ନୀଳାଞ୍ଚଳ ମିଶ୍ର, ରମାନନ୍ଦ ଚୌଧୁରୀ, ଉଦୟନାଥ ଚୌଧୁରୀ
ରାଧା କୃଷ୍ଣ ପଣ୍ଡା, ଶ୍ରୀକାନ୍ତ ମିଶ୍ର, ପ୍ରଦୀପ କୁମାର ଦାସ, ନାରାୟଣ ପାଣିଗ୍ରାହୀ, ରାଧାକୃଷ୍ଣ ପଣ୍ଡା, ବିଜୟ କୁମାର ପଣ୍ଡା, ନଗେନ ଚନ୍ଦ୍ର ପଟନାୟକ, ଅମୀୟ ଚନ୍ଦ୍ର ସାବତ, ପଦ୍ମ ଚରଣ ପରିଡା,ଅଜିତ କୁମାର ପାଢି, ପ୍ରଦୀପ କୁମାର ଚୌଧୁରୀ , କୈଳାଶ ଚନ୍ଦ୍ର ସାହୁ,ନଳିନିକାନ୍ତ ମିଶ୍ର, ବି.ଶ୍ରୀନିବାସ ପାତ୍ର , ରାହିମ ଖାଁ, କେ.ବିଜୟ କୁମାର ଦାସ
ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। କାର୍ଯ୍ୟକ୍ରମରେ ଦେବରାଜ ଖଟୁଆ, ଡି.ସୁଦର୍ଶନ ରାଓ, ରତ୍ନାକର ବେହେରା, ପି.ସୁରିନାରାୟନ ପାତ୍ର ଡି.ଦଣ୍ଡପଣି ରେଡି ସହଯୋଗ କରିଥିଲେ।
ପୂର୍ବତନ ସଭାପତି କେ.ନନ୍ଦେଷୁ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ