ଗଂଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ଜିଲ୍ଲା ରାଜସ୍ୱ ସମିକ୍ଷା ବୈଠକ ଗଂଜାମ ଜିଲ୍କାର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ୪୫ହଜାର ୨୩୦ଟି ମ୍ୟୁଟେସନ ମାମଲା ବିଚାରଧୀନ ରହିଥିବାରୁ ଏଗୁଡିକ ୯୦ଦିନ ମଧ୍ୟରେ ଫଇସଲା କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଇ-ପାଉତି ମାଧ୍ୟମରେ ୧୨ହଜାର ୨୪୬ଜଣ ଲୋକ ୨ଲକ୍ଷ୭୬ହଜାର ୧୬୯ଟଙ୍କା ରାଜସ୍ୱ ଜମା କରିଥିବା ଜଣାପଡିଛି । ଜମି ହୀନଙ୍କୁ ବସୁନ୍ଧରା ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ଜମି ଯୋଗାଇଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳର ମୂଲ୍ୟାବାନ ସରକାରୀ ଜମି ଗୁଡିକୁ ପାଚେରୀ ନିର୍ମାଣ କରି ସୁରକ୍ଷିତ ରଖିବା କୁହାଯାଇଛି । ଲଘୁଜାତ ଖଣିଜ ପଦାର୍ଥର ଚୋରା ଚାଲାଣ ବନ୍ଦ କରିବା, ଲିଜ ନହୋଇଥିବା ଖଣିକୁ ତଦାରଖ କରିବା, ଚୋରା ଚାଲାଣ ରୋକିବା ପାଇଁ ତହସିଲଦାର ଓ ରାଜସ୍ୱ ଅଧିକାରୀ ମାନେ ନୀୟମିତ ପରିଦର୍ଶନ କରିବେ । ଲିଜ୍ ହୋଇନଥିବା ପାହାଡ ଓ ଖଣି ଖଦାନ କୁ ତୁରନ୍ତ ଲିଜ ପ୍ରଦାନ କରାଯାଉ । ଗତବର୍ଷ ସୁଦ୍ଧା ଜିଲ୍ଲାରେ ୪୩କୋଟି ୫୫ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଛି । ଚଳିତ ବର୍ଷ ୬୩କୋଟି ଟଙ୍କା ରାଜସ୍ୱ ଆଦାୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ଲକ୍ଷ୍ୟ ଧାର୍ଯ୍ୟକୁ ପୂରଣ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ରାଜସ୍ୱ ଅଧିକାରୀ ଡଃ. ଦିବ୍ୟ ଲୋଚନ ମହନ୍ତ ଙ୍କ ସମେତ ସମସ୍ତ ତହସିଲଦାର ଏବଂ ଅତିରିକ୍ତ ତହସିଲାଦର ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ