ଗଂଜାମ ଜିଲ୍ଲା ୪୦୪ଟି ବିଦ୍ୟାଳୟ ପାଇବେ ଗାରିମା ତାମ୍ର ପୁରସ୍କାର
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲାରେ ଶୈକ୍ଷିକ ଉନ୍ନତୀ କ୍ଷେତ୍ରରେ ଉକ୍ରୃଷ୍ଟ ପ୍ରଦର୍ଶନ ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ୪୦୪ଟି ବିଦ୍ୟାଳୟ କୁ ପ୍ରମାଣ ପତ୍ର ସହ ଗାରିମା ତାମ୍ର ପୁରସ୍କାର ପ୍ରଦାନ କରାଯିବା ପାଇଁ ବିଭାଗ ପକ୍ଷରୁ ମନୋନୀତ କରାଯାଇଛି । ଗତ ଅଗଷ୍ଟ ମାସରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂତନ ଭାବେ ପ୍ରଚଳିତ ହୋଇଥିବା ସାଟିଫିକେଟ୍ ପ୍ରୋଗ୍ରାମ ଅନୁଯାୟୀ ଗାରିମା ତାମ୍ର, ରୈାପ୍ୟ ଓ ସ୍ୱର୍ଣ୍ଣ ପୁରସ୍କାର ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବା ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୪୦୪ଟି ବିଦ୍ୟାଳୟ ମଧ୍ୟରୁ ଗଂଜାମ ଜିଲ୍ଲାର ସର୍ବାଧିକ ଦିଗପହଣ୍ଡିରେ ୬୧ଟି . ଶେରଗଡରେ ୩୧ଟି , ପୁରୁଷୋତ୍ତମପୁର ଓ ଛତ୍ରପୁରରେ ୨୯ଟି ବିଦ୍ୟାଳୟକୁ ଗାରିମାର ତାମ୍ର ପୁରସ୍କାର ପାଇବା ଦୈାଡରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପୁରସ୍କାର ପ୍ରକ୍ରୀୟାରେ ଡାଇଟ, ଡିଇଓ, ଡିପିସି , ବିଇଓ ଓ ସିଆରସିସି , ଅଫିସର କର୍ମଚାରୀ ମାନେ ନିୟୋଜିତ ହୋଇଥିଲେ । ଏସବୁ ବିଦ୍ୟାଳୟ କୁ ସୁରଭି କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ନୂତନ ପ୍ରୋତ୍ସାହନ ଓ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ପାଇଁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ରୈାପ୍ୟ ଓ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରିବାର ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।