ଗଂଜାମ ଟିକାକେନ୍ଦ୍ର ଅନୁଧ୍ୟାନ କଲେ ବିପିଏମ୍
ଗଂଜାମ, (ବିନୋଦ ପଲାଇ) : ଗଂଜାମ ସ୍ଥିତ ସରକାରୀ ମେଡିକାଲ ପରିସରରେ ଚାଲିଥିବା କୋଭିଡ ଟିକାକେନ୍ଦ୍ର ଅନୁଧ୍ୟାନ କରିଛନ୍ତି । ବିପିଏମ ସରୋଜ କୁମାର ମହାନ୍ତି । ଆଜି ଟିକା କେନ୍ଦ୍ରରେ ମହିଳାସ୍ୱାସ୍ଥ୍ୟ କର୍ମୀ କୁମାରୀ ଡଲି ବେହେରା, ଟିକା ଦେଉଥିବା ବେଳେ, କୋଭିଡ କାର୍ଯ୍ୟ ତଦାରଖ କରୁଥିବା ଖଣ୍ଡିଦେଉଳି ମେଡିକାଲର ବିପିଏମ ସରୋଜ କୁମାର ମହାନ୍ତି ଆସି ଅନୁଧ୍ୟାନ କରିବା ସହ କେତେଜଣ ପ୍ରଥମ ଓ ୨ୟ ଟିକା ନେଇନାହାନ୍ତି ପଚାରି ବୁଝିଥିଲେ । ଯେଉଁ ମାନେ ଟିକା ନେଇନାହାନ୍ତି ଫୋନ ଯୋଗେ ଡକାଯାଉଥିଲେ ମଧ୍ୟ ଟିକା ଦେବାକୁ ଆସୁନଥିବା ଅନୁଧ୍ୟାନ ବେଳେ ଜାଣିବାକୁ ପାଇଥିଲେ । ଉକ୍ତ ସମୟରେ ଗଞ୍ଜାମ ଟିକା କେନ୍ଦ୍ରର ଡିଇଓ ଦୁଷ୍ମନ୍ତ ବେହେରା, ସ୍ୱେଚ୍ଛାସେବୀ ରଘୁନାଥ ବେହେରା ଉପସ୍ଥିତ ଥିଲେ । ପରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଡଲି ବେହେରା ଘର ଘର ବୁଲି କୋଭିଡ ଟିକା ଦେବାର ଦେଖାଯାଇଥିଲା ।


