ଗଂଜାମ ତହସିଲର ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ,(ଯୁଗାବ୍ଦ ନ୍ୟୁଜ) : ଗଂଜାମ ବ୍ଲକ ଅନ୍ତର୍ଗତ ବୁରୁଡ଼ି ଗ୍ରାମ  ସ୍ଥିତ ଲଙ୍ଗଳେଶ୍ୱର ହାଇସ୍କୁଲ ପରିସରରେ ଗଂଜାମ ତହସିଲଦାର ଅବନୀ କୁମାର ସାହୁଙ୍କ ତତ୍ୱାବାଧାନରେ ଗଂଜାମ ତହସିଲ ତରଫରୁ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ରାଜସ୍ବ   ଏ. ଡି.ଏମ ଲଷ୍ମୀକାନ୍ତ ସେଠି ଯୋଗ ଦେଇ 13 ଜଣଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ସୁରେଶ  କୁମାର  ପଣ୍ଡା,  ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ପୁର୍ବତନ ସରପଞ୍ଚ କେଦାର ସ୍ୱାଇଁ,  ସାନରାମଚନ୍ଦ୍ର ପୁର ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଭଗବାନ ନାହାକ, ସମେତ ସମସ୍ତ  ଆର.ଇ , କର୍ମଚାରୀ , ଲୋକପ୍ରତିନିଧି  ଯୋଗଦେଇଥିଲେ ।ଏହି ଅବସରରେ 41 ଜଣ ପଟା ଆବେଦନ କରିଥିବା ବେଳେ,  24 ବିଦ୍ୟାର୍ଥୀ ଆବେଦନ କରିଥିବା ସୁଲ ସାଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ  ସୁବଲୟା, ଓ ସାନରାମଚନ୍ଦ୍ରପୁର ପଞ୍ଚାୟତ କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଅନ୍ୟ ପଞ୍ଚୟତ ଗୁଡିକରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ବୋଲି  ତହସିଲଦାର ସାହୁ ସୂଚନା ଦେଇଛନ୍ତି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ