ଗଂଜାମ ନୋଡାଲ ବାଳିକା ଉଚ୍ଚବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ

ଗଞ୍ଜାମ- ଗଞ୍ଜାମ ସହର ସ୍ଥିତ ନୋଡାଲ ଉଚ୍ଚବାଳିକା ବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟିର ସଭାପତି ଦଣ୍ଡପାଣି ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟଅତିଥି ରୂପେ ଗଞ୍ଜାମ ବିଡ଼ିଓ ଜ୍ୟୋତିଶଙ୍କର ରାୟ ଯୋଗଦେଇ ଭଲ ପାଠ ପଢିବା ସହ ଭଲ ମଣିଷଟିଏ ହୋଇ ଦେଶମାତୃକା ର ସେବା କରିଲେ ପାଠ ପଢ଼ିବାର ସାର୍ଥକତା ରହିବ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଗ୍ରାସୀମ ଇଣ୍ଡିଷ୍ଟିଜ ର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ ଲକ୍ଷ୍ୟ ସ୍ଥିର କରି ସମୟାନୁବର୍ତିତା ହେଲେ ସଫଳତା ମିଳିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ରୂପେ ଏବିଇଓ ବିଜୟ କୁମାର ବେହେରା, ସିଆରସିସି ମହେଶ କୁମାର ବେହେରା ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ନେପାକ ବର୍ଷିକ ବିବରଣୀ ପଠନ କରିଥିଲେ । ଅନୀଲ କୁମାର ପାଣିଗ୍ରାହୀ ଅତିଥି ପରିଚୟ ଶିକ୍ଷକ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ପ୍ରତିମା ମିଶ୍ର । ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ସୁଜାତ ପଣ୍ଡା, ଶୋଭାଗ୍ୟଲଷ୍ମୀ ପଟ୍ଟନାୟକ, ମନସ୍ୱନି ସାହୁ, ନିବେଦିତା ପ୍ରଧାନ, ରଞ୍ଜିତା ପଣ୍ଡା, ଶିକ୍ଷକ ନିରଞ୍ଜନ ମହାରଣା, ରାମଚନ୍ଦ୍ର ବେହେରା, ଧିରେନ ପଟ୍ଟନାୟକ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ