ଗଂଜାମ ପୁଲିସ ଜିଲ୍ଲା ପକ୍ଷରୁ ମାସ୍କ ବଂଟନ
ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଂଜାମ ଜିଲ୍ଲାରେ କରୋନା ମୁକାବିଲା ନେଇ ଗଂଜାମ ପୁଲିସ ପ୍ରଶାସନ ପକ୍ଷରୁ ଅହରହ କାର୍ଯ୍ୟ କରିବା ସହ ଲୋକମାନେ କିପରି କରୋନାରୁ ଦୁରୋଇ ରହିବେ ସେଥି ନିମନ୍ତେ ନିୟମିତ ପେଟ୍ରୋଲିଂ, ସଚେତନତା ଓ ଘରେ ରହିବା ନିମନ୍ତେ ପୁଲିସ କର୍ମଚାରୀମାନେ ବିଭିନ୍ନ ପ୍ରକାର ଢଙ୍ଗରେ ଲୋକ ମାନଙ୍କୁ ଅନୁରୋଧ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଗଂଜାମ ପୁଲିସ ଜିଲ୍ଲା ପକ୍ଷରୁ ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛତ୍ରପୁର ବ୍ଲକ୍ର ଚିକଲଖଣ୍ଡି, ବାସନାପଲ୍ଲୀ ଓ ଛତ୍ରପୁର ଏନଏସିର ପୁତି ଗୋପାଳପୁର, ବଡ଼ବଜାର, ଲୋୟର ବସଷ୍ଟାଣ୍ଡ୍, ଅପର ବସଷ୍ଟାଣ୍ଡ୍, ଦେବୀ ନଗର ସମେତ ଛତ୍ରପୁର ଆଖପାକ ବିଭିନ୍ନ ଅଂଚଳ ନିହାତି ଗରିବ ଶ୍ରେଣୀର ଲୋକମାନଙ୍କୁ ପ୍ରାୟ ୫୦୦ ମାସ୍କ ପ୍ରଦାନ କରିଛନ୍ତି । ଏହା ସହିତ କରୋନା ମୁକାବିଲା ନିମନ୍ତେ କିପରି ନିୟମିତ ହାତ ଧୋଇବା ସହ ମାସ୍କ ବ୍ୟବହାର କରି ସଫା ସୁତରା ରଖିବା ଏବଂ ଅତ୍ୟାବଶ୍ୟକୀୟ ନଥିଲେ ଘରୁ ନବାହାରିବା ନିମନ୍ତେ ଲିଫଲେଟ୍ ବଂଟନ କରି ସଚେତନତା କରିଥିଲେ । ଏହି ଲିଫଲେଟ୍ ଓ ମାସ୍କ ବଂଟନରେ ଗଞ୍ଜାମ ଏସପି ଅଫିସର ଏ. ରାବଣା ରାଓଙ୍କ ସମେତ ବହୁ ପୁଲିସ କର୍ମଚାରୀମାନେ ସହଯୋଗ କରିଥିଲେ ।