ଗଂଜାମ ପୁଲିସ ଜିଲ୍ଲା ପକ୍ଷରୁ ଛତ୍ରପୁରରେ ୬୧ତମ ପୁଲିସ ଶହୀଦ ଦିବସ ପାଳିତ;ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ ସାମିଲ 

ଛତ୍ରପୁର ,(ଦେବଦତ୍ତ ମହାରଣା) : ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ଦେଶ ପାଇଁ ବଳିଦାନ ଦେଉଥିବା ପୁଲିସ କର୍ମଚାରୀଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ପୁଲିସ ଶହୀଦ ଦିବସ ପାଳନ କରାଯାଏ । ୧୯୫୯ ମସିହାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର ୨୦ ଜଣ ଯବାନ ଇଣ୍ଡୋ ତିବତିଆନ ସୀମାରେଖାରେ ପେଟ୍ରୋଲିଂ କରୁଥିବା ସମୟରେ ଚୀନ ସେନାଙ୍କ ଆକ୍ରମଣରେ ୧୦ଜଣ ଯବାନ ଶହୀଦ ହୋଇଥିଲେ । ସେହି ବର୍ଷ ଠାରୁ ପ୍ରତ୍ୟେକ ବର୍ଷ ବିଭାଗରେ କାର୍ଯ୍ୟରତ ଥିବା ଅବସ୍ଥାରେ, କର୍ତବ୍ୟ କରୁଥିବା ସମୟରେ ସାଧାରଣ ଜନତାଙ୍କ ସୁରକ୍ଷା ଓ ସେବାରେ ସଂପୃକ୍ତ ଥାଇ ଦେଶ ଓ ରାଜ୍ୟ ପାଇଁ ବଳିଦାନ ଦେଉଥିବା ପୁଲିସ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଶହୀଦ ଦିବସ ପାଳ କରଯାଉଛି । ଏହି ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁଲିସ ଶହୀଦ ଦିବସ ପାଳନ କରାଯାଇଛି ।ଚଳିତ ବର୍ଷ ଗଂଜାମ ପୁଲିସ ଜିଲ୍ଲା ପକ୍ଷରୁ ୬୧ତମ ଶହୀଦ ଦିବସ ଏକ ନିରାଡମ୍ବର ଭାବେ ପାଳନ କରାଯାଇଥିଲା । ଏଥିରେ ଗଂଜାମ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବହୁ ପୁଲିସ ଓ ସାମ୍ବାଦିକ ମାନଙ୍କୁ ସାମିଲ କରାଯାଇଥିଲା ।
ଏନେଇ ଆଜି ଛତ୍ରପୁର ସ୍ଥିତ ପୁଲିସ ରିଜର୍ଭ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଂଜାମ ଏସପି ବ୍ରିଜେଶ କୁମାର ରାୟ ଯୋଗଦେଇ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରି ଶହୀଦଙ୍କ ନାମ ପାଠ କରିବା ସହ ପୁଷ୍ପଗୁଚ୍ଛ ଦେଇ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ମହାମହିମ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ଅମର ଶହୀଦ ଯବାନ ମାନଙ୍କ ପ୍ରତି ରହିଥିବା ଶ୍ରଦ୍ଧାଞ୍ଜଳି ପଠନ କରାଯାଇଥିଲା । ପୋଲିସ ବାହିନୀ ନିଜ ପରିବାର କଥା ପଛରେ ପକାଇ ନିଜ ଜୀବନକୁ ବିପନ୍ନ କରି ବିପଦ ଓ କରୋନା ସମୟରେ ଲୋକଙ୍କ ସେବା କରିବା ସହ ପ୍ରାଣବଳି ଦେଇ ସାଧାରଣ ଜନତା ସୁରକ୍ଷା ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି । ଚଳିତ ବର୍ଷ ଦେଶରେ ଶହୀଦ ହୋଇଥିବା ଯବାନ ମାନଙ୍କ ନାମ ପାଠ କରାଯାଇଥିଲା । ସମଗ୍ର ଦେଶରେ ଚଳିତବର୍ଷ ମୋଟ ୩୦୬ ଜଣ ଶହୀଦ ହୋଇଛନ୍ତି ବୋଲି ଏସପି କହିଥିଲେ । ଏହାସହ କରୋନା ମହାମାରୀରେ ଲୋକଙ୍କ ସୁରକ୍ଷା ନିମନ୍ତେ ଗଂଜାମ ଜିଲ୍ଲାର ପୁଲିସ କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି । ଏଥିରେ ଗଂଜାମ ପୁଲିସ ଜିଲ୍ଲାର ୪ଜଣ କର୍ମଚାରୀ ମାନେ କରୋନା ଆକ୍ରାନ୍ତ ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ନାମ ମଧ୍ୟ ଏସପି ଶ୍ରୀ ରାଏ କହିଥିଲେ । ଗଂଜାମ ଏସପି ଶ୍ରୀ ରାଏଙ୍କ ସମେତ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ପ୍ରବେସନାରୀ ଆଇପିଏସ ଅଫିସର ଜି.ଆର. ରାଘବେନ୍ଦ୍ର, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ ଓ ଅଶୋକ ମହାନ୍ତି , ସ୍ମୃତି ସ୍ତମ୍ଭରେ ପୁଷ୍ପଗୁଚ୍ଚ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏସଡିପିଓ ଗୈାତମ କିଷାନ , ଡିଏସପି ଉତ୍କଳ କେଶରୀ ଦାସ , ଅଜୟ କୁମାର ମିଶ୍ର, ପି.କେ ଦାଶ ଓ ଏସ.ପ୍ରଧାନ, , ଆସିଷ୍ଟାଣ୍ଡ କମାଂଟେଟ୍ ମାନସ ରଂଜନ ମହାନ୍ତି, ସର୍ଜେଣ୍ଟ ସଂଜୟ କୁମାର ବାରିକ ଓ ବିବେକାନ୍ଦ ନାୟକ, ଗଂଜାମ ପୁଲିସ ଜିଲ୍ଲାର ହାବିଲଦାର ଓ କନେଷ୍ଟବଲ ସଂଘ ସଭାପତି ଗୈାରାଚାନ୍ଦ ତ୍ରିପାଠୀ , ସଂପାଦକ ବ୍ରଜ ମୋହନ ଜେନା, ଏ.ରାବଣା ରାଓଙ୍କ ସମେତ ବହୁ ପୁଲିସ ଅଧିକାରୀ ମାନେ ଯୋଗଦେଇ ଶହୀଦଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ