ଗଂଜାମ ବଡ଼ବଜ଼ାର ଜଗନ୍ନାଥ ମନ୍ଦିରର କାର୍ଯ୍ୟାଳୟ ଉଦଘାଟିତି
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ସର୍ଵପୁରାତନ ବଡ଼ବଜ଼ାର ଜଗନ୍ନାଥ ମନ୍ଦିରର କାର୍ଯ୍ୟାଳୟ ବିଶିଷ୍ଟ ସମାଜସେବୀ ତ୍ରିନାଥ ପାଣିଗ୍ରାହୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ମନ୍ଦିର ଭଙ୍ଗା ଯିବା ସହ ତିନି ବିଗ୍ରହ ଠାକୁରଙ୍କୁ ଅନ୍ୟତ୍ର ଅବସ୍ଥାପନ କରାଯାଇଛିଏହାରପୁନରୁଦ୍ଧାର ଓ ନିର୍ମାଣ କାର୍ଯ୍ୟ ଅରମ୍ବ ହେବ।ଏହି ଅବସରରେ ମନ୍ଦିର ନିର୍ମାଣ ପରିଚାଳନା କମିଟିର ଇଂ.ବିନୋଦ କୁମାର ପାଢୀ, ଗୋୖରୀ ଶଙ୍କର ବାରିକ, ରବିନ୍ଦ୍ର କୁମାର ପଣ୍ଡା,ପ୍ରଭାକର ପାଣିଗ୍ରାହୀକାଙ୍ଗାପଲେଇ,ଲୋକନାଥ ପଣ୍ଡା, ଜି. ରାମଦାସ ରେଡ୍ଡୀ,ବିଜୟ କୁମାର ଦାସ, ଭଗବାନ ପ୍ରଧାନ କାଉନସିଲର ଅରୁଣ କୁମାର ପଣ୍ଡା,ଅଭି ଗୌଡ଼,ପୂଜକ ରାଧାକୃଷ୍ଣ ଶତପଥି ପ୍ରମୁଖ ସମେତ ଭକ୍ତମାନେ ଉପସ୍ଥିତ ଥିଲେ।