ଗଂଜାମ ବ୍ଲକର ଅର୍କିଡ ଫୁଲ ଚାଷ ଦେଖି ଖୁସିବ୍ୟକ୍ତ କଲେ ପ୍ରମୁଖ ସଚିବ ସୁଶିଲ କୁମାର ଲୋହାନି
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତରେ ଓଡ଼ିଶାର ପ୍ରଥମ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଅର୍କୀଡ଼ ଫୁଲଚାଷ କ୍ଷେତ ପରିଦର୍ଶନ କରିବା ସହ ଖୁସିବ୍ୟକ୍ତକରିଛନ୍ତି। ପଞ୍ଚାୟତ ରାଜ ଏବଂ ପାନୀୟଜଳ ବିଭାଗ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନି l ଏବଂ ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏବଂ ଫୁଲ ଚାଷ ହୋଇଥିବା ଉଦ୍ୟାନକୁ ମିଶନ ଶକ୍ତି ଗ୍ରାମ୍ୟ ଶିଳ୍ପ ଉଦ୍ୟାନ କରାଯିବ ବୋଲି କହିଥିଲେ। ଏହି ଫୁଲଚାଷ ଉକ୍ତ ପଞ୍ଚାୟତ ର ମିଶନଶକ୍ତି ମହିଳା ଗୋଷ୍ଠୀଙ୍କ ପରମେଶ୍ୱର ପ୍ଲବର କଲଚର ସୋସାଇଟି ଗଠନକରି ୫୦ ଲକ୍ଷ ଟଙ୍କା ଅର୍ଥରାଶି ବିନିଯୋଗରେ ଅର୍କୀଡ଼ ଫୁଲଚାଷ କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତି ଭାସନ, ଏପିଡି ପ୍ରତାପ ଚନ୍ଦ୍ର ପ୍ରଧାନ, ବିଡ଼ିଓ ବସନ୍ତ କୁମାର ମଲ୍ଲିକ,ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା,ଡିପିଏମ ନବୀନ ସେନାପତି,, ବିପିଏମ ଜଳନ୍ଦର ମହାରଣା, ବିପିସି ଚନ୍ଦନ କୁମାର ପାଢ଼ୀ,ଜିପିଓ ଶ୍ରୀକ୍ରାନ୍ତ ଗୌଡ଼, , ବିଏଲସି ଭାନୁଲତା ଜେନା ପ୍ରମୁଖ ଉପସ୍ଥିତ ଥିଲେ