ଗଂଜାମ ବ୍ଲକର ଉନ୍ନୟନ କାର୍ଯ୍ୟ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ

ଗଂଜାମ, (ବିନୋଦ ପଲାଇ) : ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ କମିଟିର ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ଗଂଜାମ ବ୍ଲକର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି । ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା , ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୋନମ୍ ପଲେଇଙ୍କ ଉପସ୍ଥିତରେ ଗଂଜାମ ବ୍ଲକ ସମ୍ମଳନୀ କକ୍ଷରେ ବ୍ଲକର ବିଭିନ୍ନ ଅଧିକାରୀ, ଲାଇନ ଡିପାଟମେଣ୍ଟଅଧିକାରୀ, ପଞ୍ଚାୟତରାଜ ପ୍ରତିନିଧିଙ୍କୁ ନେଇ ସମୀକ୍ଷା କରିଥିଲେ । ଗଂଜାମ ବିଡ଼ିଓ ବିଶ୍ୱଜିତ ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରଥମେ ପାନୀୟ ଜଳ ଓ ପରିମଳ ବିଭଗାର ଗଂଜାମ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ପାନୀୟଜଳ ଯୋଗାଣ ସମ୍ପର୍କ ସମୀକ୍ଷା କରି , ବ୍ଳକ ର ୧୧୪ ଖଣ୍ଡ ଗ୍ରାମ ମଧ୍ୟରୁ ୯୭ ଖଣ୍ଡ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟଚାଲୁଥିବ ସମ୍ପର୍କରେ ଇ ବିଭାଗୀୟ ଏସଡିଓ ତଥ୍ୟ ରଖିଥିଲେ । ଏହା ବ୍ୟତୀତ ମେଗାପାନୀୟ ଜଳ ଯୋଗାଣ ମାଧ୍ୟମରେ ବ୍ଲକ ର ୮୪ ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପିଇବା ପାଣି ଯୋଗାଣ ଚାଲିଥିବା ବିଭାଗୀୟ ଏସଡିଓ ତଥ୍ୟ ଦେଇଥିଲେ । ପରେ ଉଦ୍ୟାନ ବିଭଗା, ମିଶନ ଶକ୍ତିର ବିପିସି ଜଳନ୍ଧର ମହାରଣା ଏବଂ ବ୍ଳକ ସହକାରୀ ଯନ୍ତ୍ରି ବଂଶୀଧର ପରିଡା, ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା , ଉପରେ ବିଭାଗୀୟ ଅଧିକାରୀ ତଥ୍ୟ ପ୍ରଦାନ କରିଥିଲେ । ବିଡ଼ିଓ ରାୟଙ୍କ ତତ୍ତ୍ୱାବଧାନରେ ଟିମ ସ୍ପିରିଡ଼ରେ ଉନ୍ନୟନ କୁ ନେଇ ଖୁସି ବ୍ୟକ୍ତ କରିଥିଲେ , ଯୋଜନା ବୋର୍ଡ ଅଧ୍ୟକ୍ଷ ସାହୁ । ଏହି ଅବସରରେ ସ୍ଥାନୀୟ ବିଧାୟକ ବେହେରା ଗଂଜାମ ସହର ସ୍ଥିତ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପୋତାଗଡ଼ ଉନ୍ନୟନ ପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ଆର୍ଥିକ ଅନୁଦାନ ଓ ପନିପରିବା ଚାଷ ଭଲ ହେଉଥିବା, ଓ ଚାଷୀଙ୍କ ମେରୁଦଣ୍ଡ ହେଉଥିବାରୁ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଈଁ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ପଦକ୍ଷେପ ନେବେ ବୋଲି ଅଧ୍ୟକ୍ଷ ସାହୁ କହିଥିଲେ । ଏହାପରେ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ସ୍ଥିତ ବଟେଶ୍ୱର ଶୈବ ପୀଠ, ଓ ପାର୍କ ପରିଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ସମିତି ସଭ୍ୟ ଶତ୍ରୁଘନ ମହାଙ୍ଗୁଡ଼, ସରପଞ୍ଚ ସନ୍ତୋଷ ସେଠି, ଉପସ୍ଥିତ ଥିଲେ । ସେହିପରି ବଟେଶ୍ୱର ପୀଠ ଠାରେ ମନ୍ଦିର ପରିଚାଳନା କମିଟି ଏବଂ ପାଳିବନ୍ଧ ବିଜେଡି ତରଫରୁ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସାହୁ, ସ୍ଥାନୀୟ ବିଧାୟକ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଲେଇ, ଗଞ୍ଜମ ବିଡ଼ିଓ ବିଶ୍ୱଜିତ ରାୟ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, କୈଳାସ ବେହେରା, ଶତ୍ରୁଘନ ମହାଙ୍ଗୁଡ଼, ସରପଞ୍ଚ ନିରଞ୍ଜନ ରେଡି, ସନ୍ତୋଷ ସେଠି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ,ବିଜେଡି ଜିଲ୍ଲା ଉପ ସଭାପତି ସୁରଥ ପ୍ରଧାନ,ବ୍ଲକ ବିଜେଡି ସଭାପତି ଅନ୍ତର୍ଯ୍ୟାମୀ ବେହେରା, ଯୁବ ନେତା କୃଷ୍ଣ ପ୍ରଧାନ, ମନ୍ଦିର କମିଟି ସଭାପତି ପିତାମ୍ବର ସ୍ବାଇଁ, ଉପସଭାପତି ଶବର ତରାଇ, ସମ୍ପାଦକ ରଞ୍ଜିତ କୁମାର ପଲେଇ,ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ବିଶ୍ବାଳ, ମନ୍ଦିର କମିଟିର ପବିତ୍ର ସ୍ବାଇଁ, ଖଲି ଛଟେଇ, ନିରାକାର ଜେନା,ପି.ଚନ୍ଦ୍ରମଣି ରେଡି, ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ