ଗଂଜାମ ବ୍ଲକ ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ପଞ୍ଜିକରଣ ଅଭିଯାନ

ଗଂଜାମ, (ଯୁଗାବ୍ଦ ନ୍ରୁ୍ୟଜ୍) : ଗଂଜାମ ବ୍ଲକ ରେ ୨ଦିନରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପଞ୍ଜିକରଣ ଅଭିଯାନ ହୁମ୍ମା ସ୍ଥିତ କପିଳେଶ୍ୱର ମନ୍ଦିର ଠାରୁ ବାହାରିଥିଲା ।ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଅଶୋକ ଚୌଧିରି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ସରପଞ୍ଚ ଚନ୍ଦ୍ର ମୋହନ ସାହୁ, ବ୍ଲକ ଉପାଧ୍ୟକ୍ଷ ମିନତୀ ପ୍ରଧାନ ଯୋଗଦେଇ ହୁମ୍ମା, କଳାଯମୁନା, ବୋରି ଗାଁ, ବଳଦିଆ ଢ଼ି, ବଦପଲ୍ଲୀ, ବାଳିବାଗଡ଼, ଶତ୍ରୁସୋଲ, ମଠମକୁନ୍ଦ ପୁର, ସୁବଳୟା, ଦେଇ କଲୋନୀରେ ସାରିଥିଲା । ଗତକାଲି ପାଳିବନ୍ଧ ପଞ୍ଚୟତ ର ଗାଙ୍ଗ ଦେବୀ ମନ୍ଦିର ଠାରେ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା , ପୂର୍ବତନ ବିଧାୟକ ଅଶୋକ ଚୌଧିରି, ଆଦିକନ୍ଧ ସେଠି , ସମିତି ସଭ୍ୟ ଛାୟା କାନ୍ତ ପ୍ରଧାନ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ ।ପରେ ପାଳିବନ୍ଧ, ବିଞ୍ଚନାପଲ୍ଲୀ, କୁଣ୍ଡା ପୁଟୁ, ନୁଆଁ ପୋଡାମପେଟା, ସୂର‌୍ୟ୍ୟ ନରାୟଣ ପୁର, ଲଷ୍ମୀପୁର, ମୟୁରପଦା, ନିଳାଦ୍ରୀ ପୁର, ଖଟୁଆକୁଦା, କଣ୍ଟିଆ ଗଡ଼, ରଘୁନାଥ ପୁର, ଦ୍ଭ ବରପଲ୍ଲୀ, ଝାଟିପଦର, ପ୍ରମୁଖ ଗ୍ରାମ ପରିକ୍ରମା କରିଥଲା, ।ଏହି ସମୟରେ ନବୀନ ସରକାର ଙ୍କ ୫,ଟି, ମୋ ସରକାର ଯୋଜନା, ଓ ବିଭିନ୍ନ ଲୋକାଭିମୁଖୀ ଯୋଜନ ଉପରେ ଲୋକ ଙ୍କୁ ବୁଝାଇଥିଲେ । ଏଥିରେ ବିଜେଡି ଜିଲ୍ଲା ସମ୍ପାଦକ ମନୋଜ କୁମାର ପାଢୀ, ଛତ୍ରପୁର ବ୍ଲକ ଅଧକ୍ଷ ଧନଞ୍ଜୟ ରେଡି, ସରପଞ୍ଚ ନିରଂଜନ ରେଡି, ସାମା ରେଡି, କବିତା ସ୍ବାଇଁ, ପୂର୍ବତନ ଅଧ୍ୟକ୍ଷ ରଘୁସାହୁ, ଯୁବନେତା ରଙ୍କନିଧି ପ୍ରଧାନ, କେଦାର ସ୍ବାଇଁ, ଭାଗ୍ୟ ରେଡି, ବନବାସୀ ଖୁଣ୍ଟିଆ, ବ୍ଲକ ସଭାପତି ଇନ୍ଦ୍ରଦଳେଇ, ଅଂର‌୍ୟ୍ୟାମୀ ବେହେରା, କୃଷ୍ଣ ପ୍ରଧାନ, ଶାନ୍ତୁନ ବିଶ୍ୱାଳ, ଶ୍ରୀକାନ୍ତ ମହାନ୍ତି, ଉମାରେଡି, ଟୁକୁନା ପଲେଇ, ରଞ୍ଜିତ ପଲେଇ, ସନାତନ ବେହେରା, ଗୋବିନ୍ଦ ରେଡି, ପ୍ରମୁଖ ଙ୍କ ସମେତ ସହ ସହ କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ