ଗଂଜାମ ମହାବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ
ଗଞ୍ଜାମ, (ବିନୋଦପଲେଇ):ଛାତ୍ରଛାତ୍ରୀମାନେ ଜ୍ଞାନର ଅଭିବୃଦ୍ଧି ପାଇଁ ଆଧୁନିକ ଶିକ୍ଷାରେ ପର୍ଯ୍ୟୁକ୍ତି ଓ ବୈଷୟିକ ଶିକ୍ଷାର ଭୂମିକା ଗୁରୁତ୍ୱ ବହନ କରେ । ଏହି ଶିକ୍ଷା ସହ ବିଦ୍ୟାର୍ଥି ମାନେ ତାଳ ଦେଇ ଆଗକୁ ଯିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ଼ଃ ଗୋପବନ୍ଧୁ ଦାଶ ରବିବାର ଗଞ୍ଜାମ ମହାବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି। ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ସଭାପତିତ୍ବ କରିବା ସହ ବିଦ୍ୟାର୍ଥି ମାନେ ବଡ଼ ମଣିଷ ହେବା ଅପେକ୍ଷା ଭଲ ମଣିଷଟିଏ ହେବା ପାଇଁ ଚେଷ୍ଟା କରନ୍ତୁ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗୀୟ ମୁଖ୍ୟ ଡ଼ଃ ସୁଧାକର ପାତ୍ର ଯୋଗ ଦେଇ ସମ୍ପତି ଠାରୁ ଶିକ୍ଷାର ମୁଲ୍ୟ ଅଧିକ। ଶିକ୍ଷା ଥିଲେ ସବୁକିଛି ଜୀବନରେ ମିଳିବ ବୋଲି କହିଥିଲେ। କଲେଜ ଅଧ୍ୟକ୍ଷ ଡ଼ଃ ପ୍ରବୀଣ କୁମାର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କଲେଜରେ ରହିଥିବା ବିଭିନ୍ନ ସମସ୍ୟାଗୁଡିକ ପ୍ରତି ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରତିଷ୍ଠା ଦିବସର ଆବାହକ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ଓଡ଼ିଆ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅନୁପସ୍ଥିତିରେ ତାଙ୍କର ବାର୍ତ୍ତା ଉପସ୍ଥାପନ କରିଥିଲେ ଡ଼ଃ ସ୍ମରଣିକା ହୋତା। ଏହି ଅବସରରେ କଲେଜର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ବିଦ୍ୟାର୍ଥୀ ତଥା ବିଜ୍ଞାନରେ ଯୁକ୍ତ ଦୁଇ କଲେଜ ଟପ୍ପର ମୌସୁମୀ ପଣ୍ଡା, ଯୁକ୍ତତିନିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଟପ୍ପର ସ୍ମୃତିରାଣୀ ପାତ୍ର, ଝରଣା ମାଳି, ଯୁକ୍ତ ତିନି ବାଣିଜ୍ୟ ଟପ୍ପର କିଷନ କୁମାର ଗୌଡ଼, ଏଥେଲିଟିକ୍ସ ସମୀକ୍ଷା ଦାଶ, ଧୀରେସ ପ୍ରଧାନ, ଏନସିସି କ୍ୟାଡେଟ ସ୍ମମରାଜ ଡିମ୍ପଲ, ହେମନ୍ତ ମହାପାତ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଅଧ୍ୟାପକ ଡ଼ଃ ପିତାମ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଲିଙ୍ଗରାଜ ପଟନାୟକ, ଗୌରୀ ଶଙ୍କର ପାଢ଼ୀ, ଡି. ସୋମାଲି, କୈଳାସ ପଲାଇ, ଲକ୍ଷ୍ମୀ ନାରାୟଣ ଶତପଥୀ, ଡ଼ଃ ପୁରୁଷୋତ୍ତମ ସାହୁ ଅଧ୍ୟାପକ ଗିରିଷ କୁମାର ଆଚାର୍ଯ୍ୟ, ଡ଼ଃ ଦୁର୍ଗା ପ୍ରସାଦ ଦାଶ, ସ୍ୱାଗତିକା ପ୍ରଧାନ, ରୋହିତ କୁମାର ସାହୁ, ନରୋତ୍ତମ ମାନ୍ନା, ଗଦାଧର ସାହୁ ପ୍ରମୁଖଙ୍କ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ପ୍ରମୁଖ ଉପସ୍ଥିତ ରହିଥିଲେ।


