ଗଂଜାମ ମହାବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ଗଂଜାମ, (ବିନୋଦ ପଲାଇ):ଯୁବ ଛାତ୍ରଛାତ୍ରୀ ମାନଙ୍କ ସାମାଜିକ ପ୍ରତିବଦ୍ଧତା ର ବିକାଶ ତଥା ସମାଜ ପ୍ରତି ସେମାନଙ୍କ ଦାୟିତ୍ୱ କୁ ବୁଝିବା ସକାଶେ ଗଂଜାମ କଲେଜ ଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ର ଉଦଘାଟନ କରାଯାଇଛି | ନୂଆ ଓଡିଶା, ନବୀନ ଓଡିଶା ତଥା ଯୁବ ଓ କ୍ରୀଡା ବିଭାଗ ର ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ଗତ ସପ୍ତାହ ରୁ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ରୁ ଆରମ୍ଭ ହୋଇଛି | ଆଜିର ସାମାଜିକ କାର୍ଯ୍ୟକ୍ରମ ଅଭିଯାନ କୁ କଲେଜ ଅଧ୍ୟକ୍ଷ ଶ୍ରୀ ସିମାଞ୍ଚଳ ଭୋଳ ଉଦଘାଟନ କରି ଯୁବକ । ଯୁବତୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଆହ୍ୱାନ କରିଛନ୍ତି | ଏହି ଅଭିଯାନ ର ସାମାଜିକ କାର୍ଯ୍ୟକ୍ରମ କ୍ଲବ ତରଫରୁ ଗତକାଲି ତିନି ଗୋଟି ସଚେତନତା ରାଲି ଯଥା – ପ୍ଲାଷ୍ଟିକ ବର୍ଜନ, ବାଲ୍ୟ ବିବାହ କୁ ବିରୋଧ, ଯୌତୁକ ପ୍ରଥା ମୂଳପୋଛ ଅଭିଯାନ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସମାପନ ହୋଇଥିଲା | ଏହି ରାଲି ଗୁଡିକ କଲେଜ ପରିସର ରୁ ବାହାରି ଦାମୋଦର ପୁର ,ଗଂଜାମ ମାଛ ମାର୍କେଟ, ଗଂଜାମ ହସ୍ପିଟାଲ, ଗଂଜାମ ବ୍ଲକ ଅଫିସ ଓ ଏନ ଏ ସି ଅଫିସ, ଦୁର୍ଗା ଦେବୀ ସାହି, ମଧ୍ୟ ଖଣ୍ଡ ସାହି ତଥା ସରସ୍ବତୀ ଶିଶୁ ମନ୍ଦିର ଅଂଚଳ ଦେଇ ଠାକୁରାଣୀ ମନ୍ଦିରଠାରେ ସମାସ୍ତ ହୋଇଥିଲା | ଛାତ୍ରଛାତ୍ରୀ ଙ୍କ ପାଇଁ ସେଠାରେ ଏକ ଭୋଜନ ବ୍ୟବସ୍ଥା କରାଯାଇ ଥିଲା|ଆଜିର ଏହି କାର୍ଯ୍ୟକ୍ରମ ରେ ଚାରି ସହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ତଥା ମହାବିଦ୍ୟାଳୟ କର୍ମଚାରୀ ଭାଗ ନେଇଥିଲେ | ସାମାଜିକ କାର୍ଯ୍ୟକ୍ରମ କ୍ଲବ ର ନୋଡାଲ ଅଫିସର ଡ଼ଃ ଦୁର୍ଗା ପ୍ରସାଦ ଦାଶ ଙ୍କ ନେତୃତ୍ୱ ରେ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ମୁଦୁଲି,ପ୍ରାଧ୍ଯପକ ଲକ୍ଷ୍ମୀ ନାରାୟଣ ପଣ୍ଡା, ରଜନୀ ପଟ୍ଟନାୟକ, ପ୍ରାଧ୍ୟପିକା ମମତା ପାଢ଼ୀ, ଡଃ ସ୍ମରଣୀକା ହୋତା, ଡଃ ପିତାମ୍ବର ବେହେରା, ଅଧ୍ୟାପକ ଗଦାଧର ସାହୁ, ରୋହିତ କୁମାର ସାହୁ, ନିଗମ ସ୍ଵାଇଁ, ନରୋତ୍ତମଃ ମାନ୍ନା, ଡ଼ଃ ଦୁର୍ଯ୍ୟଧନ ଜେନା, ଗିରିଶ ଚନ୍ଦ୍ର ଆଚାର୍ଯ୍ୟ, ପ୍ରଭାତୀ ତ୍ରୀପାଠୀ, ରସାନନ୍ଦ କହ୍ନର, ଶୁଭେନ୍ଦୁ ବିକାଶ ଟହଲ, ଅରୁନ୍ଧତୀ ସିଂ, ଖୁସୁବୁ ନାଜ,ଡଃ ସୁଶାନ୍ତ କୁମାର ସେଠୀ, ଆଦିତ୍ୟ ମହାପାତ୍ର, ରଘୁନାଥ ରେଡ୍ଡୀ, ଅଜୟ ବାରିକି, ଶିବ ଶଙ୍କର ବେହେରା,ଚକ୍ରପାଣୀ ରେଡ୍ଡୀ, ରମେଶ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ