ଗଂଜାମ ରେ ଗଣେଶ ପୂଜା ପାଇଁ ମନା

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଆସନ୍ତା ଶନିବାର ପଡ଼ୁଛି ଗଣେଶ ପୂଜା। ଏହାକୁ ଆନନ୍ଦ, ଉଲ୍ଲାସର ସହ ପାଳନ କରିବାକୁ ଶ୍ରଦ୍ଧାଳୁମାନେ ଅନାଇ ବସିଛନ୍ତି। କିନ୍ତୁ ଚଳିତବର୍ଷ କରୋନା ମହାମାରୀ ଯୋଗୁ ଗଞ୍ଜାମ ଜିଲ୍ଲାରେ ଗଣେଶ ପୂଜା ପାଳନ କରାଯିବ ନାହିଁ। ଏ ନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌କରି ସୂଚନା ଦେଇଛନ୍ତି। ଏଥିରେ ସହଯୋଗ କରିବା ସହ ଜରୁରୀ କାମ ନ ଥିଲେ ଅଯଥାରେ ଘରୁ ବାହାରକୁ ନ ବାହାରିବାକୁ ଜନସାଧାରଣଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସାମାଜିକ ଦୂରତା ଓ ସଂକ୍ରମଣ ବ୍ୟାପିବାକୁ ବନ୍ଦ କରିବା ପାଇଁ ଆପଣମାନଙ୍କର ସହଯୋଗ ଅତି ଗୁରୁତ୍ୱପୂର୍ଣ୍ଣ। ପଞ୍ଚସୂତ୍ର ନିୟମକୁ ସମସ୍ତ ଦୋକାନୀ କଡ଼ାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ