ଗଂଜାମ ରେ ଜିଲ୍ଲାପାଳଙ୍କ ଅନୁଧ୍ୟାନ, ଜାତୀୟରାଜପଥରେ ପନିପରିବା ବିକିବା ବନ୍ଦ ନିର୍ଦ୍ଦେଶ
ଗଞ୍ଜାମ ରେ ଲକଡାଇନପାଳନ ପରିପ୍ରେକ୍ଷୀରେ ଆଜି ଗଞ୍ଜମ ଜିଲ୍ଲା ପାଳ ଗଞ୍ଜାମ ଏନଏସି ଅନୁଧ୍ୟାନ କରିବା ସହ ଜାତୀୟ ରାଜପଥ ରେ ବିକ୍ରି କରାଯାଉଥିବା ପନୀପରିବା ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସକାଳ ନଅଘଣ୍ଟ ସମୟରେ ଗଞ୍ଜମ ଏନଏସି ର ବଜାର ବୁଲି ଅନୁଧ୍ୟାନ କରିଥିଲେ । ପରେ କର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ , ତହସିଲଦାର ଅବନିକୁମାର ସାହୁ ଙ୍କ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ସେଠାରୁ ଜାତୀୟ ରାଜପଥ ରେ ଯାଉଥିବା ସମୟରେ ରମ୍ଭା ନିକଟ ରାଜପଥପାର୍ଶ୍ୱ ରେ ପନିପରିବା ବିକ୍ରି ଯୋଗୁଁ ଜନଗହଳି ହେଉଥିବାରୁ ପନିପରିବା ବିକ୍ରି ବନ୍ଦ ପାଇଁ ସେହି ରାସ୍ତା ରେ ଯାଉଥିବା ବିଡ଼ିଓ ଙ୍କୁ କହିଥିଲେ ।ସେହିପରି ଏନଏସି ତରଫରୁ କାର୍ୟ୍ଯନିର୍ବାହ ଅଧିକାରୀ ପ୍ରଭୁକଲ୍ୟାଣ ଦାଶ ବିଭିନ୍ନ ସାହି ବୁଲି ପରିସ୍ଥିତି ଉପରେ ନଜର ରଖିବା ସହ ମାଛ ବିକୁଥିବା ବିକାଳୀ ପଲଥିନ ବେବ୍ୟହାର କରୁଥିବାରୁ ତାଙ୍କୁ ପାଞ୍ଚସହ ଟଙ୍କା ଫାଇନ ପକାଇଥିଲେ । ଦିନବାରଟା ପରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୀ ଦୋକାନୀ ଯେଉଁମାନେ ଖୋଲିଥିଲେ ସେମାନଙ୍କୁ ତାଗିଦ କରିଥିବାର ଦେଖାଯାଇଥିଲା ।
ଗଞ୍ଜାମ ଆଇଆଇସି ଦିଲ୍ଲୀପ କୁମାର ସାହୁ ଙ୍କ ତତ୍ୱାବାଧାନରେ ଆଜି ସହରର ମୁଖ୍ୟଛକରେ ନକାବନ୍ଦି କାରାଯାଇ ଯେଉଁମାନେ ଦୁଇଚକିଆ ଗାଡି ଚଳାଉଥିଲେ ସେମାନ ଗାଡିସିଜ କରିବା ସହ ଫାଇନ ପକାଯିବାର ଦେଖାଯାଇଥିଲା । ଦିନତମାମ ବିଭିନ୍ନ ସାହି ବୁଲି ଓର୍ଣିଙ୍ଗ ହର୍ଣ୍ଣ ବଜାଇ ଲୋକ ଙ୍କୁ ସଚେତନତା କରାଯିବା ସହ ଯିଏ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଦେଖାଯାଇଛି । ସେହିପରି ଗଞ୍ଜାମ ସ୍ଥିତ ଗ୍ରାସୀମ କମ୍ପାନୀ ଉତ୍ପାଦନ ବନ୍ଦ କରିବା ସହ ଏନଓସି ପାଇଁ ଜିଲ୍ଲାପାଳ ଙ୍କ ଠାରେ ଆବେଦନ କରିଥିବା ଓ ଉତ୍ପାଦନ ବନ୍ଦ ଯୋଙ୍ଗୁ ଦୈନିକ 300 ମାଟ୍ରିକ ଟନ ଉତ୍ପାଦନ ବନ୍ଦ ହେବ ଫଳରେ ତିନିକୋଟି 50 ଲକ୍ଷ ଟଙ୍କା କ୍ଷତି ହେଉଥିବ କମ୍ପାନୀ ପକ୍ଷରୁ ସୂଚନା ମିଳିଛି।


