ଗଂଜେଇ ଗଛକୁ ମୁଳପୋଛ କରିବା ନିମନ୍ତେ ,ଅପରେସନ ନୀଳ ଜହର

ମୋହନା,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଈଲାକାରେ ହଜାର ହଜାର ଜମିରେ ଗଂଜେଇ ଗଛ ଲାଗିଥିବା ବେଳେ  ଗଂଜେଇ କୁ ରାଜ୍ୟ ଓ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରାଯାଉଛି । ଗଂଜେଇ ଏକ ନିଶାଦ୍ରବ୍ୟ । ଏହି ଗଛକୁ ମୁଳପୋଛ କରିବା ନିମନ୍ତେ ଆରମ୍ଭ ହୋଇଛି ଅପରେସନ ନୀଳ ଜହର । ପୂର୍ବରୁ କୋଟି କୋଟି ଟଙ୍କାର ଗଂଜେଇ ଗଛ ପୋଡି ପାଉଁଶ କରିଥିବା ବେଳେ ବୁଧବାର ଆର ଉଦୟଗିରି ଥାନା ଅନୁଗୁରୁ ଅଂଚଳରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ୨୪ ହଜାର ଗଂଜେଇ ଗଛ ନଷ୍ଟ କରିଥିବା ସୂଚନା ମିଳିଛି । ଯାହାର ଆନୁମାନିକ ମୁଲ୍ୟ ୨ କୋଟି ୪୦ ଲକ୍ଷ ହେବ ବୋଲି ଆଇ ଆଇସି ମମତା ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ