ଗଂଜେଇ ଜବତ ଜଣେ ଗିରଫ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତ ହୋଇ ଗାଡିକୁ ଜଗିଥିବା ସମୟରେ ବାଲିଗୁଡା ପୋଲିସ ମାଡି ବସିଲା । ବାଲିଗୁଡା ଥାନା ଅନ୍ତର୍ଗତ ବାଟାଗୁଡା ପଂଚାୟତରେ ହେମନ୍ତ କୁମାର ଦିଗାଳ ୧୨୫ କେଜି ଗଂଜେଇ ଧରି ଗାଡିକୁ ଜଗିଥିଲା ଏହି ଖବର ପୋଲିସ ପାଇ ସେହି ସ୍ଥାନରେ ପହଁଚି ହେମନ୍ତ କୁ ଗିରଫ କରିବା ସହ ଗଂଜେଇ ଜବତ କରିଛନ୍ତି । କେସ ନଂ ୧୫୩/୨୪ରେ ମାମଲା ରୁଜୁ କରି ଗିରଫ ବ୍ୟକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଶୁସାନ୍ତ କୁମାର ସାହୁ ସୁଚନା ଦେଇଛନ୍ତି । ସୁଚନା ଯୋଗ୍ୟ ଯେ ଗିରଫ ବ୍ୟକ୍ତ ପୁର୍ବରୁ ନିଜକୁ ପୋଲିସ କହି ଲୋକଙ୍କୁ ଭୁଆଁ ବୁଲାଉତିଲା ଓ ପୁର୍ବରୁ ପୋଲିସ ବାବୁଙ୍କ ଗାଡ ଚଲାଉଥିଲା ଏବଂ ଗଂଜେଇ କାରବାରରେ ବିସକ୍ରିୟ ଥଲା ବୋଲି ଆଲୋଚନା ହେଉଛି ।