ଗଂଜେଇ ଜବତ ,୨ ଗିରଫ
ବ୍ରହ୍ମପୁର (ଯୁଗାବ୍ଦ ନୁୃ୍ୟଜ ): ଗଂଜେଇ ଚୋରା ଚାଲାଣକାରୀ ଏବେ ବ୍ରାହ୍ମପୁରକୁ ତାଙ୍କ ହବ ବନାଇଛନ୍ତି ।ଗଜପତି ଅଂଚଳରୁ ବେଆଇନ ଭାବେ ଗଂଜେଇ ବ୍ରହ୍ମପୁର ଦେଇ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ବେଳେ ରେଳବାଇ ପୋଲିସ ମଙ୍ଗଲବାର ପୂର୍ବାହ୍ନ ୧୧ ଟା ବେଳେ ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରୁ ସନ୍ଧେହ ଜଣକ ଭାବେ ଠିଆ ହୋଇଥିବା ୨ ଜଣ ଯୁବକଙ୍କୁ ଧରି ଜେରା କରିଥିଲା ।ସେମନେ ଧରିଥିବା ୩ ଟି ଏୟାର ବ୍ୟାଗ ଯାଞ୍ଚ ବେଳେ ସେଥିରେ ଗଂଜେଇ ଭର୍ତି ହୋଇଥିବା ପୋଲିସ ଦେଖିବାକୁ ପାଇଥିଲେ ।ବେଆଇନ ଭାବେ ଗଂଜେଇ ଚାଲାଣ ଅଭିଯୋଗରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ।ସେମାନେ ହେଲେ ଗଜପତି ଜିଲ୍ଲା ଅଡବା ଥାନ ଅନ୍ତର୍ଗତ ରାମଗଡ ଗ୍ରାମର ଵିଶାଲ ପାଇକ (୨୧),ଆର. ଉଦୟଗିରି ଥାନା ଅନ୍ତର୍ଗତ ରଣଲୋଇ ଗ୍ରାମର ସୁମନ୍ତ ପାଣି (୩୫) ବୋଲି ଥାନାଧିକାରୀ ସୁକାନ୍ତ ଭୋଇ ସୂଚନା ଦେଇଛନ୍ତି ।ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଜବତ ଗଂଜେଇ ଓଜନ କରାଯାଇଥିଲା ।ଜବତ ଗଞ୍ଜାଇ ୨୭ କେଜି ବୋଲି ପୋଲିସ କହିଛି । ବିଶାଖା ଟ୍ରେନ ରେ ବ୍ରହ୍ମପୁର ରୁ ଆନ୍ଧ୍ରପ୍ରଦେଶ ଏହି ଗଂଜେଇ ନେବା ପାଇଁ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଚାଲାଣକରି ମନେ ପୋଲିସ ହାବୁଡ଼ରେ ଧରପଡିଥିଲେ ।ମାମଲା ନମ୍ବର ୩୧/୧୯ ଅନୁସାରେ ଅଭିଯୁକ୍ତ ଵିଶାଲ ଓ ସୁମନ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଭୋଇ ସୂଚନ ଦେଇଛନ୍ତି ।