ଗଂଜେଇ ଭରା ଟ୍ରକ ଜବତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ପୋଲିସ ଦ୍ୱାରା ଗଂଜେଇ ଭରା ଟ୍ରକ ଜବତ କରାଯାଇଛି । ସୁଚନା ପ୍ରକାରେ ଗତକାଲି ପୋଲିସର ପହଁତରା ମାରୁଥିବା ସମୟରେ ବାଲିଗୁଡା ଥାନା ଅନ୍ତର୍ଗତ ଏକ ଟ୍ରକ ନଂ ଏଚଆର-୬୯-ବି-୭୭୦୦ ଯିବା ସମୟରେ ମୋହନ୍ିରି ଘାଟିଠାରେ ଗୋଟିଏ ଟ୍ରକ ଦ୍ରୁତ ଗତିରେ ଯାଉଥିଲା ଏହାକୁ ପିଛା କରି ଟ୍ରକ ଅଟକାଇଥିଲେ କିନ୍ତୁ ଟ୍ରକରେ ଥିବା ଡ୍ରାଇଭର ଟ୍ରକରୁ ଡେଇଁ ଚମ୍ପଟ ମାରିଥିଲା । ପୋଲିସ ଟ୍ରକ ଭିତରେ ଯାଂଚ କରିବା ସମୟରେ ଗଂଜେଇ ୯୭.୪୦୦ଗ୍ରାମ ଥିବା ଦେଖିଥିଲେ ।ଟ୍ରକସହ ଗଂଜେଇକୁ ଜବତ କରି କେଶ ନଂ ୨୩୭ରେ ମାମଲା ରୁଜୁ କରିଥିବା ସୁଚନା ଦେଇଛନ୍ତ ଥାନା ଅଧିକାରୀ ଶୁଶାନ୍ତ ସାହୁ ।