ଗଉଞ୍ଜୁ ଠାକୁରାଣୀ ଯାତ୍ରା ଆରମ୍ଭ ଅସ୍ଥାୟୀ ମଣ୍ଡପରେ ମା’ ପୁଲୁକେଶୁଣି

ବ୍ରହ୍ମପୁର,(ଅନିଲ କୁମାର): ବ୍ରହ୍ମପୁର ଉପକଣ୍ଠସ୍ଥ ଗଉଞ୍ଜୁ ଗ୍ରାମ ରେ ଆରମ୍ଭ ହୋଇଥିବା ମା’ପୁଲୁକେଶୁଣି ଯାତ୍ରା ଅବସର ରେ ସ୍ଥାନୀୟ ଅଞ୍ଚଳ ଚଳ ଚଞ୍ଚଳ ହୋଇ ଉଠିଛି। ପୂର୍ବ ନିର୍ଦ୍ଧାରିତ ତିଥି ଅନୁଯାୟୀ ବୁଧବାର ରାତ୍ରୀ ୯ .୨୦ମିନିଟରେ ପୁରୋହିତ କୃଷ୍ଣଚନ୍ଦ୍ର ପାଢ଼ୀ ଓ ପିତାମ୍ବର ପାଢ଼ୀଯଥାରୀତି ପୂଜାବିଧି କରି ମନ୍ଦିର କୁ ଯାଇ ମା’ଙ୍କୁ ନିମନ୍ତ୍ରଣ କରିଥିଲେ।ବାଜାବାଜଣା,ଢୋଲ ମହୁରୀ, ନାମ ସଂକୀର୍ତ୍ତନ ଓ ଶଙ୍ଖ ଧ୍ୱନୀ ସହ ମା ଗ୍ରାମ ପରିକ୍ରମା କରିଥିଲେ।ସମସ୍ତ ଗ୍ରାମ ବାସୀ ନିଜ ଘର ସମ୍ମୁଖ ରେ ପୂର୍ଣ କୁମ୍ଭ ବାଢିବା ବେଳେ ମାନସିକ ଧାରୀ ମାନେ ପାହାଡା ପଡିବାର ଦେଖିବାକୁ ମିଳିଥିଲା। ରାତ୍ରୀ ର ବିଳମ୍ବିତ ପ୍ରହର ରେ ମା ଅସ୍ଥାୟୀ ମଣ୍ଡପ ରେ ବିଜେକଲେ। ଜନଶ୍ରୁତି ହିସାବ ରେ ପ୍ରାୟ ୩୦୦ ବର୍ଷ ଧରି ଚାଲିଥିବା ଏହି ଯାତ୍ରା ର ଅନେକ ମହତ୍ତ୍ୱ ରହିଛି।୧୧ ଦିନ ଧରି ହେବାକୁ ଥିବା ଏହି ଯାତ୍ରା ରେ ପ୍ରହଲ୍ଲାଦ ନାଟକ, ଦାସ କାଠିଆ,ଲକ୍ଷ୍ମୀ ମାନ ଭଞ୍ଜନ ଭଳି ଲୋକ ନୃତ୍ୟ ପରିବେଷଣ ହେବାକୁ ଥିବା ବେଳେ ।ଶାମେଶ୍ଵର ନାଟ୍ୟ ସଂସଦ ର କେତେ ଦୁଃଖ ଦେବୁ କହ ଦଇବ ବିପିନ ଚନ୍ଦ୍ର ପାଢ଼ୀ ଙ୍କ ନିର୍ଧେସନା ଅନୁଷ୍ଠିତ ହେବ। ନିର୍ଧେଶକ କୃଷ୍ଣ ଚନ୍ଦ୍ର ରଣା ଓ ପ୍ରଦୀପ କୁମାର ଚୌଧୁରୀ ମିଳିତ ନିର୍ଧେସନା ରେ ଆଖିପାଖେ ଲୁହ ବନ୍ଧପଡିଛି
ଅରବିନ୍ଦ ଯୁବକ ସଙ୍ଘ ପରିବେଷଣ କରିବ।ସେହିପରି ପୁଲୁକେଶୁଣି ନାଟ୍ୟ ନିକେତନ ଦ୍ୱାରା ଆୟୋଜିତ ସେଇ ଗୋଟିଏ ଭୁଲ ପାଇଁ କୁ ନିର୍ଧେଶକ ସୁରେନ୍ଦ୍ରନାଥ ପାଣିଗ୍ରାହୀ ଓ ବଳରାମ ମହାରଣା ନିର୍ଧେସନା ଦେବେ।
ଆଶ୍ୱିନ ମାସ ଶୁକ୍ଳ ପକ୍ଷ ସପ୍ତମୀ ରୁ ଆରମ୍ଭ ହୋଇଥିବା ଏହି ଠାକୁରାଣୀ ଯାତ୍ରା ଆସନ୍ତା କାର୍ତିକ ମାସ କୃଷ୍ଣ ପକ୍ଷ ତୃତୀୟା ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ କମିଟି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ