ଗଉଡୁଣି ପୋଖରୀ ଛକ ଠାରେ ଅଣ୍ଡର ବାଇପାସ ନିର୍ମାଣର ଶିଳାନ୍ୟାଶ
ବାଲେଶ୍ୱର, (ସରୋଜ ପଣ୍ଡା):ମଙ୍ଗଳବାର ଅପରାହ୍ନ ୫ ଘଟିକା ସମୟରେ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦ୍ଵାରା ଶେରଗଡ଼ ଗଉଡୁଣି ପୋଖରୀ ଛକଠାରେ NHI ରେ ଅଣ୍ଡର ବାଇପାସ ନିର୍ମାଣର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ନିର୍ବାଚନ ମଣ୍ଡଳୀ ନେତା ତଥା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ବରେ ହୋଇଯାଇଛି। ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା।ଉକ୍ତ ସଭାରେ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା ମଞ୍ଚ ଆହ୍ବାନ ଓ ସଭାପତିତ୍ବ କରିଥିଲେ।ସଭା କାର୍ଯ୍ୟରେ ସାଂସଦ ଓ ଶ୍ରୀ ଦାସଙ୍କ ସମେତ PD NHI,ପୂର୍ବତନ ସରପଞ୍ଚ ସୋମନାଥ ରାଉତ,ପୂର୍ବତନ ମୁଖୁରା ସରପଞ୍ଚ ତଥା ମଣ୍ଡଳ ସଭାପତି ମଳୟ କୁମାର ବିଶ୍ବାଳ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ନାରାୟଣ ମହାନ୍ତ,ପୂର୍ବତନ ନରସିଂହପୁର ସରପଞ୍ଚ ରବୀନ୍ଦ୍ର କୁମାର ପୁଟି,ବରିଷ୍ଠ ନାଗରିକ ପୂର୍ଣ୍ଣଚନ୍ଦ୍ର ମହାକୁଡ,ବରିଷ୍ଠ କାର୍ଯ୍ୟକର୍ତ୍ତା ବିରେନ୍ଦ୍ର ବାରିକ,ଭାସ୍କର ମୁଦୁଲି ପ୍ରମୁଖ ବକ୍ତବ୍ୟ ରଖିଥିଲେ।ଉକ୍ତ ସ୍ଥାନଦେଇ ନୂଆଗାଁ,ଶେରଗଡ଼, ଖନ୍ତାପଡା ଓ ନରସିଂହପୁର ଗ୍ରାମପଞ୍ଚାୟତର ପ୍ରତିଦିନ ଶତାଧିକ ଲୋକ,ସ୍କୁଲପିଲା ଯିବା ଆସିବା କରନ୍ତି।ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ହୋଇ ବହୁ ଧନଜୀବନ ନଷ୍ଟ ହେଉଥିଲା।ବିଭିନ୍ନ ସମୟରେ ଲୋକମାନେ ଆନ୍ଦୋଳନ କରୁଥିଲେ।ଲୋକମାନଙ୍କର ବାରମ୍ବାର ସାଂସଦଙ୍କ ପାଖରେ ଗୁହାରି ଏବଂ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପ୍ରଚେଷ୍ଟାରେ ଆଜି ବହୁ ଦିନର ଦାବି ସଫଳ ହେବାକୁ ଯାଉଥିବାରୁ ଲୋକେ ସାଂସଦ ଓ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଜୟନ୍ତୀ ବାରିକ,ଲକ୍ଷ୍ମୀପ୍ରିୟା ସ୍ୱାଇଁ, ସଶ୍ମିତା ପରିଡ଼ା,ବିରେନ୍ଦ୍ର ବାରିକ, ଦିପ୍ତିକାନ୍ତ ମହାନ୍ତି,ବୃନ୍ଦାବନ ନାୟକ,ତପନ କୁମାର ବାରିକ,ସନ୍ତୋଷ କୁମାର ମହାନ୍ତି,କାର୍ତ୍ତିକ ଚନ୍ଦ୍ର ନାୟକ, ଜଳଧର ମଳିକ,କାର୍ତ୍ତିକ ଚନ୍ଦ୍ର ମହାଳିକ,କରୁଣାକର ବାରିକ,ଶୁଭେନ୍ଦୁ ମହାନ୍ତି ଇତ୍ୟାଦି ପରିଚାଳନା କରିଥିଲେ