ଗଗନଯାନ ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ

ବେଙ୍ଗାଲୁରୁ- ଚାରି ଜଣ ମହାକାଶଚାରୀଙ୍କୁ ଭାରତର ଗଗନଯାନ ଅଭିଯାନ ନିମନ୍ତେ ମନୋନୀତ କରାଯାଇଥିବା କହିଛନ୍ତି ଇସ୍ରୋ ମୁଖ୍ୟ କେ.ଶିବନ । ଗଗନଯାନ ହେଉଛି କକ୍ଷପଥରେ ଘୂର୍ଣ୍ଣୟମାନ ମାନବବାହୀ ଭାରତୀୟ ମହାକାଶଯାନ । ୨୦୨୨ ସୁଦ୍ଧା ‘ଇସ୍ରୋ’ ସର୍ବନିମ୍ନ ସାତ ଦିନ ସକାଶେ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ ଲକ୍ଷ୍ୟ ରଖିଛି । କେ.ଶିବନ ସାମ୍ବାଦିକମାନଙ୍କୁ ସୂଚନାଦେଇଛନ୍ତି ଯେ, ଏ ବର୍ଷର ପ୍ରମୁଖ କ।ର୍ଯ୍ୟକଳ।ପ ହେଉଛି ମହାକାଶଚାରୀଙ୍କୁ ତାଲିମ ଦେବା । ଭାରତର ପରବର୍ତ୍ତୀ ଚନ୍ଦ୍ରାଭିଯାନ ‘ଚନ୍ଦ୍ରଯାନ-୩’ ଅନୁମୋଦନ ମିଳିଥିବା କଥା ମଧ୍ୟ ଶିବନ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ