ଅଗ୍ନିକାଣ୍ଡରେ ୠକ୍ଷାଧିକ ଟଙ୍କାର ସଂମ୍ପତ୍ତି ନଷ୍ଟନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଲକ ଅନ୍ତର୍ଗତ ଗଙ୍ଗଦାହାଟରେ ଥିବା ଏକ ଫଳ ଦୋକାନରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଫଳ ଦୋକାନ ସମ୍ପୂର୍ଣ୍ଣ ଭଷ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣା ପଡି ନଥିବା ବେଳେ କେହି ଦୋକାନରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ ଗାଡି ପହଂଚି ନିଆଁକୁ ଆୟତ କରିଥିଲା । ମିଳିଥିବା ସୂଚନା ଅନୁଯାଇ ଗତକାଲି ଫଳ ଦୋକାନର ମାଲିକ ରଂଜିତ ପଣ୍ଡା ରାତି ୧୦ଘଟିକା ପାଖାପାଖି ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ବିଳମ୍ବିତ ରାତ୍ରିରେ ବଜାରର ଅନ୍ୟ ଜଣେ ଦୋକାନୀ ନନ୍ଦ ଉତ୍ସବ ଦେଖିବା ପାଇଁ ତିରୁଣା ପଂଚାୟତର ଉର ଗ୍ରାମକୁ ଯାଇଥିଲେ । ସେ ଫେରିବା ସମୟରେ ଦୋକାନରେ ନିଆଁ ଲାଗିଥିବା ଦେଖି ଦୋକାନୀକୁ ସଙ୍ଗେ ସଙ୍ଗେ ଫୋନ ଯୋଗେ ଜଣାଇଥିଲେ । ବଜାରରେ ପେଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ ପହଁଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କିନ୍ତୁ ଦମକଳ ଗାଡି ପହଁଚିଲା ବେଳକୁ ଦୋକାନଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା । ଅଗ୍ନିକାଣ୍ଡର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦମକଳ ଭାହିନୀ ଲିଭାଇବାର ଆଜି ସଂଧ୍ୟା ସୁଦ୍ଧା ଧୂଆଁ କୁହୁଳୁ ଥିବା ଦେଖିବାକୁ ମିଳିଥିଲା । ଏହି ଅଗ୍ନିକାଣ୍ଡରେ ଦୋକାନର ଲକ୍ଷାଧିକ ଟଙ୍କାର ବିଭିନ୍ନ ପ୍ରକାର ଫଳ ନଷ୍ଟ ହୋଇଥିବା ଜଣାଯାଇଛି । ରଂଜିତ ଫଳ ବ୍ୟବସାୟୀ କରି ପରିବାର ପ୍ରତିପୋଷଣ କରୁଥିଲେ । ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଥାନାରେ କୋଣସି ଅଭିଯୋଗ ପ୍ରଦାନ କରାଯାଇ ନଥିବା ଜଣାପଡିଛି । \n\n\n