ଗଙ୍ଗଦାହାଟରେ ମା’ଶାରଳାଙ୍କ ଭଷାଣୀ ଯାତ୍ରା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଂଗଦାହାଟ ମା’ଶାରଳା ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ମା’ଶାରଳା ପୂଜା ଉଦ୍‌ଯାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମା’ଙ୍କର ଭଷାଣୀ ଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି । ପରିଷଦ ପକ୍ଷରୁ ମା’ଶାରଳାଙ୍କ ମୃଣ୍ମୟ ମୃର୍ତିକୁ ପୂଜା ମଣ୍ଡପ ନିକଟରୁ ଘଂଟ ନାଦରେ ଗଂଗଦାହାଟ, କୋରୁଅ, ଧୁଆଁପଦା, ଗାରୋଇ ଗ୍ରାମ ଆଦି ପରିକ୍ରମା କରାଯାଇଥିଲା । ପରେ ଗାରୋଇସ୍ଥିତ ଦେବୀନଦୀରେ ମା’ଙ୍କର ମୃଣ୍ମୟ ମୃର୍ତିକୁ ବିସର୍ଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ପରିଷଦର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ