ଗଙ୍ଗଦାହାଟରେ ଶାରଳା ମେଳା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାହାଟରେ ମା’ଶାରଳାଙ୍କ ଷୋଡଶ ଉପଚାର ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ ସୋମବାର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ରବିବାର ସଂଧ୍ୟାରେ ନାମ ସଂକୀର୍ତନ କରାଯାଇ ଝଙ୍କଡସ୍ଥିତ ମା’ଶାରଳାଙ୍କ ପୀଠରୁ ଆଜ୍ଞାମାଳ ଅଣାଯାଇଥିଲା । ଆଜ୍ଞାମାଳ ଆସିବା ପରେ ଯଥାରୀତି ପୂର୍ବକ ପୂଜାର୍ଚ୍ଚନା କରାଯାଉଛି । ମା’ଶାରଳାଙ୍କର ଏକ ମୃଣ୍ମୟ ମୂର୍ତି ନିର୍ମାଣ କରାଯିବା ସହ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଏହି ପୂଜା ଆସନ୍ତା ୨୩ ତାରିଖ ରବିବାର ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟେହ ସଂଧ୍ୟାରେ ସାଧୁସନ୍ଥଙ୍କ ଦ୍ୱାରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି କାର୍ଯକ୍ରମକୁ ମା’ଶାରଳା ସାଂସ୍କୃତିକ ପରିଷଦର ସଦସ୍ୟମାନେ ପରିଚାଳନା କରୁଛନ୍ତି । ମା’ଙ୍କର ଏହି ପୂଜା ଦେଖିବା ପାଇଁ ସ୍ଥାନୀୟ ଅଂଚଳରୁ ବହୁ ଶ୍ରଦ୍ଧାଳୁଙ୍କର ଭିଡ ଜମୁଛି ।