ଗଙ୍ଗାଦେବି ମନ୍ଦିର ମୁଖଶାଳର ଶିଳାନ୍ୟାସ ଓ ସ୍ମାର୍ଟକ୍ଲାସର ଅନୁଧ୍ୟାନ

ଗଂଜାମ , (ବିନୋଦ ପଲେଇ): ଗଞ୍ଜାମ ବ୍ଲକର ଗଙ୍ଗାଦେବୀ ମନ୍ଦିରର ମୁଖ ଶାଳାର ଶିଳାନ୍ୟାସ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ପୁର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ସ୍ମାର୍ଟ କ୍ଳାସର ଅନୁଧ୍ୟାନ କରିଫେରିଛନ୍ତି ବିଧାୟକ ବେହେରା। ଆଜି ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବିଞ୍ଚାଣାପଲ୍ଲୀ ଗ୍ରାମଠାରେ ବିଧାୟକଙ୍କ ପାଣ୍ଠିରୁ ମା ଗଙ୍ଗାଦେବୀ ମନ୍ଦିରର ମୁଖଶାଳ ପାଇଁ ବିଧାୟକ ବେହେରା ଓ ପୁର୍ବତନ ଉପବାଚସ୍ପତି ପଣ୍ଡା ଯୋଗଦେଇ ଶିଳାନ୍ୟାସ କରିଛନ୍ତି। ପରେ ବିଧାୟକ ବେହେରା ନିଳାଦ୍ରୀପୁର ଲବଣ ଶ୍ରମିକ ହାଇସ୍କୁଲ ଓ ହୁମ୍ମା ବିରଭଦ୍ର ହାଇସ୍କୁଲ ଯାଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ସ୍ମାର୍ଟ କ୍ଲାସ , ଇ ଲାଇବ୍ରେରୀ, ଅନୁଧ୍ୟାନ କରିଥିଲେ । ଉକ୍ତ ସମୟରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସ୍ୱାଗତ କରିବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋକ ପାତ କରିଥିଲେ। ଅନ୍ୟପଟେ ବାକିରହିଥିବା କାର୍ଯ୍ୟକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ ବେହେରା। ଏହି ଅବସରରେ ସାଧାରଣ ଲୋକେ ନିଜର ଆପତ୍ତି ଓ ଅଭିଯୋଗ ବିଧାୟକଙ୍କୁ ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ସହାକରି ଯନ୍ତ୍ରି ପର୍ଶୁରାମ ପରିଡା,କନିଷ୍ଟ ଯନ୍ତ୍ରି ପ୍ରଦୀପ କୁମାର ମଲ୍ଲିକ, ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ସୁରଥ ପ୍ରଧାନ, ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, ଶତ୍ରୁଘନ ଗୌଡ଼, କୈଳାସ ସ୍ବାଇଁ, ସରପଞ୍ଚ ଚନ୍ଦ୍ରମୋହନ ସାହୁ,ପ୍ରଭାତ ସେଠୀ, ସନ୍ତୋଷ ରେଡି, ସନ୍ତୋଷ ସେଠି, ବିଜେଡି ନେତା ରଙ୍କ ପ୍ରଧାନ, ରଞ୍ଜିତ ପଲାଇ, ଟୁକୁନା ଦଳେଇ, ଶ୍ରୀନିବାସ ରେଡି, କୃଷ୍ଣ ପ୍ରଧାନ,ବିଦ୍ୟାଧର ପ୍ରଧାନ, ବ୍ଲକ ଯୁବ ସଭାପତି ଅନ୍ତର୍ଯ୍ୟାମୀ ବେହେରା, ଜିଲ୍ଲା ଉପସଭାପତି ଶିବିସ୍ଵାଇଁ, ବେଣୁଧର ନାହାକ, ଗଞ୍ଜାମ ନଗର ଯୁବ ସଭାପତି ସୁଧୁର ପାଢ଼ୀ, ଛାତ୍ର ସଭାପତି ସିଲୁ ଦାଶ, ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ